ପୁଣି ଜୀବନ୍ତ ହେବ ମସ୍ତିଷ୍କର ସ୍ନାୟୁକୋଷ

0

ପ୍ରଫେସର ଡ.ରମାରମଣ ଷଢ଼ଙ୍ଗୀ

ବାର୍ଦ୍ଧକ୍ୟ ଅଭିଶାପ ନୁହେଁ ଅାର୍ଶୀବାଦ । ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଜ୍ଞାନର ସୁନ୍ଦର ପରଟିଏ ଖଞ୍ଜି ହୋଇଯାଏ ମଣିଷ ଦେହରେଏବଂ ବୟସ୍କ ବ୍ୟକ୍ତି ବାଣ୍ଟିପାରେ ସମସ୍ତଙ୍କୁ ନିଜ ବୁଦ୍ଧିଦୀପ୍ତ ଅନୁଭବ । ସେଥିପାଇଁ ତ ଅଜା,ଅାC,ଜେଜେ ମା,ଜେଜେ ବାପା ତଥା ଯୌଥ ପରିବାରରେ ଶିଶୁମାନେ ଗୁରୁଜନମାନଙ୍କ ଠାରୁ ବହୁତ ଜିନିଷ ଶିଖି ଥାଅାନ୍ତିଏବଂ ବୟସ୍କ ବ୍ୟକ୍ତିମାନେ ମଧ୍ୟ ପିଲାମାନଙ୍କ ସହ ମିଶିବାରୁ ତାଙ୍କର ଶରୀର, ମନ, ମସ୍ତିଷ୍କ ଉଭୟ ଚଳଚଞ୍ଚଳ ହୋଇଉଠେ । ପୃଥିବୀର ଅଧିକାଂଶ ଲୋକ ଭାବନ୍ତି ଯେ ବୟସ୍କ ଲୋକମାନଙ୍କର ସ୍ମୃତି ଶକ୍ତିର ବିଭ୍ରମ ହୋଇଥାଏଏବଂ ସେମାନେ ଅାଲଝିମର୍ସ ରୋଗରେ ପୀଡିତ ହୋଇଥାଅାନ୍ତି । କେଉଁ ଜିନିଷ କେଉଁଠି ରଖିଲେ ଭୁଲିଯାଅାନ୍ତି । ଏମିତିକି ଚିହ୍ନାଲୋକ,ନିଜଲୋକ,ନିଜ ବନ୍ଧୁବାନ୍ଧବ ଅାମùୀୟ ସ୍ୱଜନଙ୍କୁ ମଧ୍ୟ ଭୁଲିଯାଅାନ୍ତି । ବାର୍ଦ୍ଧକ୍ୟ ଭୋଗୁଥିବା ମଧୁମେହ,ଉଚ୍ଚ ରକ୍ତଚାପ ଅାଦି ଅନେକ ରୋଗରେ ପୀଡିତ ହୋଇ ମସ୍ତିଷ୍କର କୋଷଗୁଡିକ ନଷ୍ଟ ହୋଇଯାଅାନ୍ତି । ଏହାଛଡା ଋତୁସ୍ରାବର ବିରତି ପରେ ଇଷ୍ଟୋ୍ରଜେନ ହରମୋନ କମିଯିବା ଯୋଗୁଁ ଏହି ସ୍ଥିତି ବିଭ୍ରମ ଘଟିଥାଏ ।
ତେବେ ଅାପଣ ଚାହିଁଲେ ପୁଣି ମସ୍ତିଷ୍କର ମୃତ ପ୍ରାୟ ସ୍ନାୟୁ କୋଷଗୁଡିକ ତୀକ୍ଷଣ ହେବା ସହ ଜୀବନ୍ତ ହୋଇ ଉଠିବଏବଂ ଚଳଚଞ୍ଚଳ ହୋଇ କାମ କରିବା ଅାରମ୍ଭ କରିଦେବ । ମସ୍ତିଷ୍କର କୋଷଗୁଡିକ ବାରମ୍ୱାର ବ୍ୟବହାର ହେବା ଜରୁରୀ । ସାରା ବିଶ୍ୱରେ ପ୍ରାୟ ୩୬୦ ଲକ୍ଷ ଲୋକ ଅାର୍ଲଝିମର୍ସ ବା ସ୍ଥିତିଭ୍ରମ ରୋଗରେ ପୀଡିତ । ୨୦୫୦ ମସିହା ବେଳକୁ ଏହି ରୋଗୀଙ୍କ ସଂଖ୍ୟା ବଢ଼ି ପ୍ରାୟ ୧୧୫୦ ଲକ୍ଷରେ ପହଁଚିଯିବ । ଏହି ରୋଗ ଭାରତ ଭଳି ବିକାଶଶୀଳ ଦେଶରେ ବେଶୀ ଦେଖାଯାଉଛି । ତେଣୁ ସ୍ମୃତିଭ୍ରମରୁ ରକ୍ଷା ପାଇବାକୁ ହେଲେ ବୟସ୍କ ମାନଙ୍କୁ ଶାରୀରିକ ଓ ମାନସିକ ବ୍ୟାୟାମ କରିବାକୁ ପଡିବ । ଶାରୀରିକ ବ୍ୟାୟାମ
ଶାରୀରିକ ଶ୍ରମ ତଥା ସକାଳ ସଂଧ୍ୟାରେ ଚାଲିଲେ ମସ୍ତିଷ୍କର କୋଷଗୁଡିକୁ ରକ୍ତ ସଂଚାଳିତ ହୁଏଏବଂ ନୂଅା ସ୍ନାୟୁ କୋଷ ତିଅାରି କରିବାରେ ସାହାଯ୍ୟ କରିଥାଏ । ଅବଶିଷ୍ଟ ଷ୍ଟେମ୍‍ ସେଲ୍‍ ଗୁଡିକର ଅାକାର ବଢ଼ିଯାଏ ଏବଂ ଏମାନେ ମସ୍ତିଷ୍କର ଶିକ୍ଷା ଓ ସ୍ମୃତି କେନ୍ଦ୍ର ହିପୋକାମ୍ଫସ୍‍ କୁ ଯାଇ ସେଠାରେ କୋଷ ବୃଦ୍ଧି କରାନ୍ତି । ବାଣରେ ଅଗ୍ନି ସଂଯୋଗ ହେଲେ ଯେପରି ଗୋଟିକ ପରେ ଗୋଟିଏ ବାଣ ବିସ୍ପୋରିତ ହୁଏ ଠିକ୍‍ ସେହିପରି ଏକ ଟ୍ରିଗର ମେକାନିଜିମ୍‍ ଦ୍ୱାରା ପୁଷ୍ଟିସାର ବ୍ରେନ୍‍ ଗ୍ରୋଥ ଫେକ୍ଟର,ରକ୍ତ ସଂଚାଳନ ଏବଂ ନିଉରୋଟ୍ରାନ୍‍ସମିସନ ପ୍ରକ୍ରିୟା ବଢ଼ିଯାଏ ।
ମସ୍ତିଷ୍କର ବୃଦ୍ଧି ପାଇଁ ଭିଟାମିନ ବି କମ୍ପ୍ଲେµ ଓ ଫୋଲେଟ ଖୁବ୍‍ ଜରୁରୀ । ଏହାଛଡା ଭିଟାମିନ୍‍ ବି-୧୨ ଯାହା ମାଛ,ମାଂସ ଓ କ୍ଷୀରରେ ଥାଏ ତାହା ମଧ୍ୟ ଖାଇବା ଜରୁରୀ । ଖାଦ୍ୟରେ ଶସ୍ୟ ଜାତୀୟ ଖାଦ୍ୟ,ସତେଜ ପନିପରିବା,ତଟକା ଫଳ ଖାଇବା ଉଚିତ୍‍ । ଶରୀରରେ ବି କମ୍ପ୍ଲେµ ର ଅଭାବ ହେଲେ ମସ୍ତିଷ୍କ କୋଷଗୁଡିକ ଶୁଖିଯାଏ । ତେଣୁ ସ୍ମୃତି ଶକ୍ତି ବଢ଼ିବା ପାଇଁ ଭିଟାମିନ୍‍-ବି ନିହାତି ଜରୁରୀ ।
ମସ୍ତିଷ୍କର ସତେଜତା ପାଇଁ ପାଣି ପିଇବା ଖୁବ୍‍ ଜରୁରୀ । ଦେହରୁ ଜଳୀୟ ଅଂଶ କମିଗଲେ ମସ୍ତିଷ୍କର କୋଷ ଶୁଖିଯାଏ । ପ୍ରାୟ ୯୦ ମିନିଟ୍‍ ଧରି ଦେହରୁ ଝାଳ ବୋହିଗଲେ ମସ୍ତିଷ୍କର ଯେତିକି କୋଷ ଶୁଖିଯାଏ ସେତିକି କ୍ଷତି ଦ୍ୱାରା ମସ୍ତିଷ୍କର ବୟସ ପ୍ରାୟ ୧ବର୍ଷ ବଢ଼ିଯାଏ । କାରଣ ଶରୀରରୁ ଜଳୀୟ ଅଂଶ କମିଗଲେ ମସ୍ତିଷ୍କରୁ ଜଳୀୟ ଅଂଶ ଶୁଖିଯାଇ ଦେହର ଅନ୍ୟ ଅଂଶକୁ ଚାଲିଯାଏ । ତେଣୁ ଅନବରରତ ପାଣି ପିଇଲେ ଏହି ସ୍ନାୟୁ କୋଷଗୁଡିକ ଜୀବନ୍ତ ରହିବ ।
ଶାରୀରିକ ଶ୍ରମ ଭଳି ମାନସିକ କସରତ ମଧ୍ୟ ସ୍ନାୟୁ କୋଷକୁ ଜୀବନ୍ତ ରଖିବା ପାଇଁ ଖୁବ୍‍ ଜରୁରୀ । ତେଣୁ କିଛି ମଧୁର,ତିକ୍ତ,କଟୁ ହାସ୍ୟରସକୁ ମନେ ପକାଇ ସ୍ମରଣ ଶକ୍ତି ବଢ଼ାନ୍ତୁ ।
କେବଳ ଗୋଟିଏ ଭାଷା ନଶିଖି ଅନେକ ଭାଷା ଶିଖନ୍ତୁ ,କହନ୍ତୁ,ପଢ଼ନ୍ତୁ ଓ ଲେଖନ୍ତୁ । ଏହାଦ୍ୱାରା ମସ୍ତିଷ୍କର ଅନେକ କୋଷ ଏକାଥରେ ଚଞ୍ଚଳ ହୋଇଉଠେ । ଏହାଛଡା କୌଣସି ଚାଲେଞ୍ଜ କାମ କଲେ ମଧ୍ୟ ସ୍ନାୟୁକୋଷ ସୁସ୍ଥ ହୋଇ ଉଠିବ ।
ପ୍ରତିଦିନ ଖାଦ୍ୟରେ କିଛି ପରିଣାମର ଟ୍ରେସ୍‍ ଏଲିମେଣ୍ଟ ନିଅନ୍ତୁ । ଏହା ସ୍ନାୟୁ କୋଷ ସହ ସଂଯୋଗ କରୁଥିବା ସନ୍ଧିସ୍ଥଳକୁ ସତେଜ ରଖେ । ଏହା ସେଓ,ନାସପାତି,କାଜୁବାଦାମ ଅାଦିରୁ ମିଳିଥାଏ । ଼
କଥା କହିବାର ଓ ଲେଖିବାର ଶୈଳୀକୁ ପରିମାର୍ଜିତ କରନ୍ତୁ । ସୁଯୋଗ ପାଇଲେ ଖୁବ୍‍ ଭାଷଣ ଦିଅନ୍ତୁ । ନିଜ ଭିତରର କଥା ଓ ଅନୁଭୂତିକୁ ପ୍ରକାଶ କରନ୍ତୁ । ବିଭିନ୍ନ ପ୍ରକାରର ପୁସ୍ତକ ଅାଦିକୁ ଅଧ୍ୟୟନ କରନ୍ତୁ । ନିଶ୍ଚତ ଭାବରେ ବ୍ରେନ ପାଓ୍ୱାର ବଢ଼ିବ । ତେବେ ଶାରୀରିକ ଓ ମାନସିକ ବ୍ୟାୟାମ ସହ ଉପଯୁକ୍ତ ଖାଦ୍ୟ ଓ ପ୍ରଚୁର ଜଳୀୟ ଅଂଶ ପାନ କରିବା ତଥା ଲେଖିବାର କହିବାର ଶୈଳୀକୁ ପରିମାର୍ଜିତ କରିପାରିଲେ ଅାମେ ଅାଉ ଅାର୍ଲଝିମର୍ସ ବା ସ୍ମୃତିଭ୍ରମ ରୋଗରେ ପୀଡିତ ହେବା ନାହିଁ । ଏବଂ ପୁଣିଥରେ ଜୀବନ୍ତ ଓ ଚଳଚଞ୍ଚଳ କରିପାରିବା ଅାମ ମସ୍ତିଷ୍କର ସମସ୍ତ ସ୍ନାୟୁ କୋଷକୁ ।
କଟକ

You might also like

Leave A Reply

Your email address will not be published.

17 − sixteen =