ଘିକୁଆଁରିର ଔଷଧୀୟ ଗୁଣ

0

ଘିକୁଆଁରି ଏକ ମାଂସାଳ ପତ୍ରଧାରୀ ଗୁଳ୍ମ । ଏହି ଗଛର ମୂଳରୁ ମାଂସାଳ ପତ୍ର ସବୁ ବାହାରି ଥାଏ । ରୋଗ ଉପଶମ ପାଇଁ ଏହା ଅବ୍ୟର୍ଥ ଔଷଧ ଅଟେ ।
ମୁଣ୍ଡ ବ୍ୟଥା- ଏହି ପତ୍ରରେ ଥିବା ଲାଳୁଅା ରସକୁ ମୁଣ୍ଡରେ ଘସିଲେ ମୁଣ୍ଡ ଗରମ,ମୁଣ୍ଡରୁ ହୁଳା ବାହାରିବା,ମୁଣ୍ଡ ବୁଲାଇ ହେବା ସମସ୍ତ ବିକାର ଅବସାନ ହୁଏ ।
ପୋଡା ଅଙ୍ଗ ପୋଡୁଥିଲେ- କୌଣସି ଅଂଗ ନିଆଁରେ କିମ୍ୱା ଏସିଡ୍‍ ରେ ପୋଡିଗଲେ ସଂଗେ ସଂଗେ ଏହାର ପତ୍ରକୁ ଲଗାଇଲେ ଯନ୍ତ୍ରଣା ବନ୍ଦ ହୋଇଯାଏ ।
ଚର୍ମ ରୋଗ- ଘିକୁଆଁରି ପତ୍ରର ରସରେ ହଳଦିର ଗୁଣ୍ଡକୁ ଏକ ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ରଖିବ । ଭଲ ରୂପେ ଫେଣ୍ଟି ଦେହରେ ବୋଳି କିଛି ସମୟ ସେମିତି ରଖିବ । ପାଣି ଶୁଖିଗଲେ ଭଲ କରି ଘସି ଦେହରୁ ମଳକୁଟି ବାହାର କରିବ । ପରେ ଗରମ ପାଣିରେ ଗାଧୋଇବ । ଏହିପରେ କଲେ ୮-୧୦ ଦିନରେ ଚର୍ମରୋଗ ଉପସମ ହୋଇଥାଏ ।
ଭାତୁଡି- ଦେହରେ ଥିବା ଭାତୁଡି ଉପରେ ଏହି ପତ୍ରର ରସ ଦେଇ ପଟିରେ ବାନ୍ଧିବ । କିଛି ଦିନ ପରେ ଭାତୁଡି ମିଳେଇ ଯିବ ।
ଆଖି ରୋଗ- ଘିକୁଆଁରି ପତ୍ର ରସ ୧/୨ କପ୍ ରେ ଦୁଇ ଚିମୁଟା ଫଟିକ ଚୂର୍ଣ୍ଣ ମିଶାଇ ରଖିବ । ପତଳା କନାରେ ଭିଜାଇ ଆଖି ପତା ଉପରେ ୫-୧୦ ମିନିଟ୍‍ ଘୋଡାଇ ରଖିବ । ଏହିପରି ୪-୫ ଥର କଲେ ଆଖି ଲାଲ୍‍ ପଡିଥିଲେ, ଆଖିରୁ ଲେଞ୍ଜେରା ବୋହୁଥିଲେ ଆଖି କୁଣ୍ଡାଇ ହେଉଥିଲେ ଭଲ ହୋଇଯାଏ ।
କୃମି –ଏହାର ପତ୍ରର ଶଶ ୨-୪ଚାମଚ ମିଶ୍ରି ସହିତ ମିଶାଇ ପିଲାଙ୍କୁ ପ୍ରତ୍ୟେହ ଥରେ ଲେଖାଁଏ ଦେଲେ ପେଟରେ ଥିବା କୃମି ମରିଯାଆନ୍ତି ।

You might also like

Leave A Reply

Your email address will not be published.

four × five =