ବାଲ୍ୟାବସ୍ଥାରୁ ଶିଶୁ ଅସମର୍ଥ ଜଣାପଡୁଛି କି?

0

ଜାଣନ୍ତୁ ପ୍ରମସ୍ତିଷ୍କାଘାତ ସେରେବ୍ରାଲ ପାଲ୍‍ସି କାହିକି ହୁଏ?
ଡାକ୍ତର ମୁରାରିମୋହନ ଦାଶ

ସୁସ୍ଥ ଶରୀର ଓ ମନ ଆମେ ସମସ୍ତେ ଚାହୁଁ । କିନ୍ତୁ କିଛି ଲୋକ ସେଥିରୁ ବଞ୍ଚିତ ହୋଇଥାନ୍ତି । ଶିଶୁମାନେ ମଧ୍ୟ ସେଥିରୁ ବାଦ୍‍ ପଡିନଥାନ୍ତି । ଯେଉଁ ପିଲାମାନେ ପ୍ରମସ୍ତିଷ୍କାଘାତ ରୋଗରେ ଆକ୍ରାନ୍ତ କେବଳ ତାଙ୍କର ଶାରୀରିକ ଅସାମର୍ଥ୍ୟତା ପାଇଁ ସେମାନେ ସାମାଜିକ ପକ୍ଷପାତିତାର ସମ୍ମୁଖୀନ ହୋଇଥାଆନ୍ତି । ସେମାନଙ୍କ ଠାରେ ଚିହ୍ନପତ୍ର ଲାଗେ ମାନସିକ ଅନୁନ୍ନତ । ସେହି ରୋଗକୁ ଇଂରାଜିରେ ସେରେବ୍ରାଲ ପାଲସି କହନ୍ତି । ଏ ରୋଗ ପିଲାକୁ ଅସମର୍ଥ କରିଥାଏ ।
ଭାରତରେ ଏହି ରୋଗରେ ଅସମର୍ଥ ହେବା ଏକ ସାଧାରଣ ଘଟଣା । କିନ୍ତୁ ଯଦି ପ୍ରଥମରୁ ଏହାର ଚିକିସùା କରାଯାଏ ତେବେ ରୋଗୀର ତୀବ୍ରତା ହ୍ରାସ ପାଏ । ଏ ରୋଗ ବିଷୟରେ ବହୁତ କମ୍‍ ଲୋକ ଜାଣନ୍ତି ।
ମସ୍ତିଷ୍କର ଏକ ଅଂଶକୁ ସେରେବ୍ରମ ବା ପ୍ରମସ୍ତିଷ୍କ କହନ୍ତି ଓ ପାଲିସର ଅର୍ଥ ନିୟନ୍ତ୍ରଣ ହରାଇବା । ମହିଳା ଗର୍ଭବତୀ ଥିବା ସମୟରେ,ପ୍ରସବ କରିବା ସମୟରେ ବା ଶୈଶବ ଥିବା ସମୟରେ କୌଣସି କାରଣରୁ ଯଦି କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ର ନଷ୍ଟ ହୁଏ ବା ଆଘାତ ପାଏ ତେବେ ସେରେବ୍ରାଲ ପାଲିସ ରୋଗ ହୁଏ । ଏହି ରୋଗରେ ଚଳନ ଶକ୍ତି ଓ ଅଙ୍ଗ ଭଙ୍ଗୀରେ ବିଶୃଙ୍ଖଳା ଦେଖାଯାଏ । ପ୍ରମସ୍ତିଷ୍କର ନିକଟସ୍ଥ ଅଂଶ ନଷ୍ଟ ହୋଇଥିଲେ ଶ୍ରବଣ ଶକ୍ତି,ବାକ୍‍ ଶକ୍ତି ଓ ବୋଧ ଶକ୍ତିରେ ତ୍ରୁଟି ପରିଲକ୍ଷିତ ହୁଏ ।
ଦୀର୍ଘ ସମୟ ଧରି ପ୍ରସବ ଯନ୍ତ୍ରଣା ଭୋଗ କଲେ ଜନ୍ମ ସମୟରେ ଶିଶୁର ଶ୍ୱାସ ରୁଦ୍ଧ ହେଲେ,ଅପରିପକ୍ୱ ସନ୍ତାନ ପ୍ରସବ ହେଲେ,ବାଲ୍ୟାବସ୍ଥାରେ ସଂକ୍ରମଣ ହେଲେ,ଜନ୍ମ ଗତ ହୃଦ୍‍ରୋଗ ଓ ଆନୁବଂଶିକ ତ୍ରୁଟି ଥିଲେ,ବାଲ୍ୟାବସ୍ଥାରେ ଜଣ୍ଡିସ୍‍ ଓ ଦୁର୍ଘଟଣା ଜନିତ ମସ୍ତିଷ୍କାଘାତ ହୋଇଥିଲେ ଏବଂ ବିଦ୍ୟାଳୟରେ ଚୁଟିଧରି ଖୁବ୍‍ ଜୋରରେ ମୁଣ୍ଡକୁ ହଲାଇଲେ ବା ମୁଣ୍ଡରେ ମାଡ଼ ଦେଲେ ଶିଶୁମାନେ ସେରେବ୍ରାଲ ପାଲିସ ରୋଗରେ ଶିକାର ହୋଇଥାଆନ୍ତି ।
ସେରେବ୍ରାଲ ପାଲିସ ରୋଗରେ ଆକ୍ରାନ୍ତ ହୋଇଥିବା ଶିଶୁମାନଙ୍କର ହାରାହାରି ଧୀଶକ୍ତି ଥାଏ । କିନ୍ତୁ ସେମାନେ ତାଙ୍କର ଅସାମର୍ଥ୍ୟ ଯୋଗୁଁ ପଛୁଅା ହୋଇ ରହିଯାଅାନ୍ତି । ସେହି ପିଲାମାନଙ୍କୁ ଯଦି ଚିକିସùାର ସୁବିଧା ମିଳେ ତେବେ ସମାଜରେ ସେମାନେ ବଂଚିଲା ପରି ବଂଚି ପାରିବେ ।
ସେରେବ୍ରାଲ ପାଲିସରେ ଆକ୍ରାନ୍ତ ଶିଶୁ ମାନଙ୍କର ପେଶୀରେ ସମନ୍ୱୟ ବା ତାଳମେଳ ରହେ ନାହିଁ । ସେମାନେ ବେକ ସିଧା କରି ବସି ପାରନ୍ତି ନାହିଁ । ପେଶୀରେ ଅନିୟନ୍ତ୍ରିତ ସଂକୋଚନ ହୁଏ । ଅାଧୁନିକ ଚିକିସùା ପଦ୍ଧତି ଅନୁସରଣ କଲେ ଏହାର ତୀବ୍ରତା ଲାଘବ ହୁଏ । ସାଧାରଣତଃ ଏହି ରୋଗରେ ଭୌତିକ ଚିକିସùା ଓ ବୃତ୍ତିକ ଚିକିସùା କରାଯାଏ । ଅାବଶ୍ୟକ ପଡିଲେ ଶଲ୍ୟ ଚିକିସùାର ସୁବିଧା ନେବା ଉଚିତ୍‍ । ଚିକିସùାର ଅବଧି ୬ମାସରୁ ୯ମାସ ପର୍ଯ୍ୟନ୍ତ ଚାଲୁ ରହେ । ଖୁବ୍‍ କମ୍‍ ବୟସରୁ ପିଲାର ଚିକିସùା ଆରମ୍ଭ କଲେ ଅବସ୍ଥାର ଚମକùାର ଉନ୍ନତି ପରିଲକ୍ଷିତ ହୁଏ ।
ଶିଶୁମାନେ ସାଧାରଣତଃ ୩ରୁ୪ ମାସ ମଧ୍ୟରେ ପେଟେଇ ଥାଅାନ୍ତି । ୬ ମାସରେ ବସିଥାଆନ୍ତି ଓ ୧୦ ମାସରେ ହାତ ଧରି ଧରି ଛିଡା ହେବାକୁ ଚେଷ୍ଟା କରିଥାଆନ୍ତି । ଏସବୁ ପ୍ରକ୍ରିୟା ଯଦି ଅସ୍ୱାଭାବିକ ଭାବେ ଡେରି ହେଉଛି ତେବେ ଶିଶୁ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ । ପେଶୀରେ ଅନମନିୟତା ଦେଖାଦେଲେ ବସିବା ଓ ଚାଲିବା ଡେରି ହୋଇଥାଏ । ଶୀଘ୍ର ରୋଗ ଧରା ପଡିଲେ ଓ ଚିକିସùା କଲେ ରୋଗୀ ଲାଭବାନ ହୋଇଥାଏ । ଆମେ ସମାଜରେ ଏପରି ଅସାମର୍ଥ୍ୟ ବ୍ୟକ୍ତିଙ୍କୁ ପକ୍ଷପାତ କରିବା ଉଚିତ ନୁହେଁ ।
ଅବସରପ୍ରାପ୍ତ ଅଧ୍ୟାପକ ଓ ବିଜ୍ଞାନ ଲେଖକ
ଜିଏଲ୍‍-୧, ଭିଏସ୍‍ଏସ୍‍ ନଗର, ଭୁବନେଶ୍ୱର
ମୋ: ୯୪୩୭୧୧୦୭୧୫

You might also like

Leave A Reply

Your email address will not be published.

1 × 5 =