ଜ୍ବଳାନ୍ତକ ରୋଗ ବା ରାବିସ୍ କେତେ ଭୟଙ୍କର?

0

ଏହି ରୋଗ ମୁଖ୍ୟତଃ ରୋଗଗ୍ରସ୍ତ ପଶୁ ଦ୍ବାରା କାମୁଡା ହେଲେ ମନୁଷ୍ୟକୁ ହୋଇଥାଏ। ପ୍ରାୟତ। ୯୫% କ୍ଷେତ୍ରରେ ବୁଲା କୁକୁରମାନେ ଏହି ରୋଗର ବାହକ ହୋଇଥାନ୍ତି। ଏହା ବିଲୁଆ,ଗଧିଆ,ବିଲେଇ,ନେଉଳ ଆଦିମାନଙ୍କ ଦ୍ବାରା ବ୍ରସାରିତ ହୋଇଥାଏ। ଏହା ଏକ ତୀବ୍ର ସଂକ୍ରାମକ ରୋଗ ଅଟେ ଯାହା ମୁଖ୍ୟତଃ ସ୍ନାୟୁ ସଂସ୍ଥାନକୁ ନଷ୍ଟ କରିଦିଏ। ଏହି ରୋଗରେ ପୀଡିତ ରୋଗୀ ଜଳକୁ ଅଧିକ ଭୟ କରିବାରୁ ଏହାକୁ ଜ୍ବଳାନ୍ତକ ରୋଗ କୁହାଯାଏ।

ଲକ୍ଷଣ–୧—ଦଂଶନ ସ୍ଥାନରେ ପୀଡା ହୁଏ ଓ ହାଲୁକା ଜ୍ବର ଆସିଥାଏ। ମୁଣ୍ଣବିନ୍ଧା, ବାନ୍ତି ଓ ଗଳା ଖରାପ ଲାଗିବା ଆଦି ଲକ୍ଷଣ ଦେଖାଯାଏ। ରୋଗୀକୁ ଛେପ ଢ଼ୋକିବାରେ କଷ୍ଟ ହୁଏ। ଏହି ଅବସ୍ଥା ୪ଦିନ ପର୍ଯ୍ୟନ୍ତ ରହେ। ୨–ରୋଗୀ ଭୟଭୀତ,ଚିନ୍ତିତ,ଅବସାଦ ଗ୍ରସ୍ଥ ଓ ଉତ୍ତେଜିତ ହୁଏ। ରୋଗୀ ଆଲୁଅ ଓ ଶବ୍ଦକୁ ଭୟ କରେ। ୩—ରୋଗୀକୁ କୌଣସି ବସ୍ତୁ ଗିଳିବାରେ କଷ୍ଟ ଅନୁଭବ ହୁଏ ଏବଂ ପାଣି ପିଇବାକୁ ରୋଗୀ ଡରେ ଓ ଘୃଣା କରେ। ତାର ମୁଖରୁ ଲାଳ ସ୍ରାବ ହୁଏ। ଏହି ସମୟରେ ଶ୍ବାସ ଗତି ଅନିୟମିତ ହୁଏ। ପକ୍ଷାଘାତ ହୋଇ ବା କୋମାରେ ପଡି ରୋଗୀ ୨ରୁ ୫ ଦିନ ମଧ୍ୟରେ ମୃତ୍ୟୁବରଣ କରେ।

ପ୍ରାଥମିକ ଉପଚାର—-କାମୁଡା ସ୍ଥାନକୁ ତୁରନ୍ତ ସାବୁନରେ ଭଲ କରି ଧୁଅନ୍ତୁ। ପାଣି ଧାରରେ ବା ଟ୍ୟାପ ଖୋଲି କାବୁଡା ସ୍ଥାନକୁ ମକଚି କରି ପରିଷ୍କାର ଭାବରେ ୫ମିନିଟ ଧୁଅନ୍ତୁ। ତୁରନ୍ତ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ ଯାଆନ୍ତୁ। ପ୍ରାଥମିକ ଚିକିତ୍ସା ଦ୍ବାରା ୮୦% ଭାଇରସ ନଷ୍ଡ ହୋଇ ଯାଆନ୍ତି।

ଜାଣି ରଖନ୍ତୁ କାମୁଡା ହୋଇଥିବା ସ୍ଥାନକୁ ସଫା କରି ଧୋଇଲା ପରେ ଖୋଲା ରଖନ୍ତୁ। ସେଥିରେ କୌଣସି ପଟି ବାନ୍ଧନ୍ତୁ ନାହିଁ। ଯଦି କୌଣସି କୁକୁର,ବିଲେଇ ବା ଅନ୍ୟ ଜନ୍ତୁ କାମୁଡି ଦିଏ ତେବେ ପ୍ରାଥମିକ ଚିକିତ୍ସା କରି ତୁରନ୍ତ ଭ୍ୟାକ୍ସିନର ପୁରା କୋର୍ସ ନିଅନ୍ତୁ। ଯଦି ପାଖ ଆଖରେ କୌଣସି ପଶୁ ମରିଯାଏ ଓ ଆପଣଙ୍କୁ ଉଠାଇବାକୁ ପଡେ ତେବେ ଗ୍ଲୋବସ ବ୍ୟବହାର କରନ୍ତୁ।

You might also like

Leave A Reply

Your email address will not be published.

fourteen + 12 =