କେତେ ଉପକାରୀ ତୁଳସୀ ପତ୍ର

0

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହୁଅନ୍ତୁ ଶ୍ରୀକୃଷ୍ଣ,ସମସ୍ତଙ୍କର ଅତି ପ୍ରିୟ ତୁଳସୀ। ଠାକୁରଙ୍କ ଲାଗି ସେଥିପାଇଁ ନିର୍ଦ୍ଦିଷ୍ଟ ସେବା ଖଞ୍ଜା ଯାଇଛି ଏହି ତୁଳସୀକୁ ନେଇ। କେବଳ ସେତିକି ନୁହେଁ, ତୁଳସୀକୁ ନେଇ ଶାସ୍ତ୍ର ପୁରାଣରେ ମଧ୍ୟ ଅନେକ ଲଲ୍ଳେଖନୀୟ କଥା ଦର୍ଶାଯାଇଛି। ଆଉ ଏମିତିରେ ବି ପ୍ରତି ହିନ୍ଦୁ ଘରେ ପ୍ରତିଦିନ ତୁଳସୀ ପୂଜା କରାଯାଏ। ବିଶେଷକରି ତୁଳସୀ ଗଛରେ ପାଣି ନଦେଇ କେହି କେହି ଅନ୍ନ ଜଳ କିଛି ବି ସ୍ଫର୍ଶ କରନ୍ତି ନାହିଁ।

ଅନ୍ୟ ପକ୍ଷରେ ତୁଳସୀ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଅନେକ ରୋଗର ବିନାଶକାରୀ । ଏଣୁ ସମସ୍ତଙ୍କ ଆଗ୍ରହ ରହିଛି ତୁଳସୀ ପ୍ରତି।

ତୁଳସୀର ୧୦ଟି ବିଶେଷ ଗୁଣ:

୧) ତୁଳସୀ ପତ୍ର ସହ କଳା ଲୁଣକୁ ପାଟିରେ ପୁରାଇ ରଖିଲେ ଶ୍ୱାସ ରୋଗ ଭଲହୁଏ।
୨) ତୁଳସୀ ରସ ଓ କର୍ପୂର ମିଶାଇ ମୁଣ୍ଡରେ ଲେପନ କଲେ ମୁଣ୍ଡ ବିନ୍ଧା କମିଯାଏ।
୩) ତୁଳସୀ ସହିତ ଗୋଲ ମରିଚ ମିଶାଇ ପିଇଲେ କାଶ ରୋଗ ଭଲ ହୁଏ।
୪) ତୁଳସୀ ରସ ସହିତ ମହୁ ମିଶାଇ ପିଇଲେ ସାଧାରଣ ଜ୍ୱର ଭଲ ହୁଏ।
୫) ଖାଲି ତୁଳସୀ ରସ ପ୍ରତିଦିନ ସକାଳେ ପିଇଲେ କୁଷ୍ଠରୋଗ ଭଲ ହୁଏ।
୬) ତୁଳସୀ ରସ,ଅଦା,ମହୁକୁ ଏକତ୍ର ବାଟି ପିଇଲେ ପତଳା ଝାଡା ଭଲ ହୁଏ।
୭) ତୁଳସୀ ରସରେ ଲେମ୍ୱୁ ରସ ମିଶାଇମୁହଁରେ ଲଗାଇଲେ ବ୍ରଣ ଓ କଳା ଦାଗରୁ ରକ୍ଷା ମିଳେ।
୮) ସକାଳୁ ୫ଟି ତୁଳସୀ ପତ୍ର ଥଠା ପାଣି ସହ ସେବନ କଲେ ମେଧାଶକ୍ତି ବୃଦ୍ଧି ପାଏ।
୯) ତୁଳସୀ ପତ୍ର ଓ ମିଶ୍ରିକୁ ଏକାଠି ଚୂର୍ଣ୍ଣ କରି ଖାଇଲେ କଫଜନିତ କାଶ ଭଲ ହୁଏ।
୧୦) ତୁଳସୀରସ ସହ ମହୁ ସକାଳୁ ସେବନ କଲେ ବାନ୍ତି ହେବା କମିଯାଏ।

You might also like

Leave A Reply

Your email address will not be published.

five × two =