ବୃତ୍ତିଗତଙ୍କ ପାଇଁ ଚିନ୍ତା ସ୍ପଣ୍ଡିଲାଇସିସ୍

0

ଭୁବନେଶ୍ବର: ହାଡ ଓ ଗଣ୍ଠିକୁ ନେଇ ଶରୀରରେ ରୋଗ ଯେ କିଛି କମ୍‍ ଥାଏ ତା ନୁହେଁ। କେତେବେଳେ କ୍ଷତ ଯୋଗୁଁ ବ୍ୟକ୍ତି କଷ୍ଟ ପାଏ ତ ଆଉ କେତେବେଳେ ଉପରକୁ କିଛି ଜଣା ନ ପଡୁଥିଲେ ହେଁ ରୋଗୀ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥାଏ। ଏଇ ଯେମିତି ସ୍ପଣ୍ଡିଲାଇସିସ୍ । ବେକ ଓ ମେରୁଦଣ୍ଡ ସନ୍ନିକଟ ପଛ ପାଖରେ ପ୍ରଥମେ ଦେଖାଦିଏ ଯନ୍ତ୍ରଣା । ବେଳେବେଳେ ହାତରେ ମଧ୍ୟ କଷ୍ଟ ହୁଏ। ଆଉ ତା’ ପରର ସ୍ଥିତି ଅତ୍ୟନ୍ତ କଷ୍ଟ>

ବେକରେ ଥିବା ହାଡ ମଧ୍ୟରେ ବ୍ୟବଧାନ କମିଗଲେ କିମ୍ୱା ହାଡର ଆକାରରେ ପରିବର୍ତ୍ତନ ହେଲେ ଏପରି ସ୍ଥିତି ଦେଖାଯାଏ। ରୋଗୀର ଶିରାପ୍ରଶିରା ଉପରେ ଏହାର ସିଧା ସଳଖ ପ୍ରଭାବ ପଡେ। ମାନେ ଏସବୁ ଚାପି ହୋଇଯାଏ। ଫଳରେ କେତେବେଳେ ହାତ ଝିମଝିମ ଲାଗେ ତ ଆଉ କେତେବେଳେ ବେକରେ କଷ୍ଟ ହୁଏ । ପୁଣି କେତେବେଳେ ହାତ ଆଦି ବଧିରା ଲାଗେ।

ତେବେ ଏଭଳି ରୋଗ ହେବା ପଛରେ ଯଦିଓ ୪ଟି କାରଣ ଥିବା କଥା କୁହାଯାଏ। ଅର୍ଥାତ ବ୍ୟକ୍ତିକୁ ୪୦ରୁ ଅଧିକା ବୟସ ହେଲେ ତାର ହାଡ ସରିସରି ଆସେ ଏବଂ ସ୍ୱାଭାବିକ ଭାବରେ କିଛି ଲୋକଙ୍କ ପାଖରେ ଏଭଳି ରୋଗ ଦେଖାଦିଏ। ସେହିଭଳି ବ୍ୟାୟାମ କରୁନଥିବା ବା କମ ପରିଶ୍ରମ କରୁଥିବା ଲୋକଙ୍କ ନିକଟରେ ଏହି ସମସ୍ୟା ଦେଖାଯାଏ। ବୃଦ୍ଧଜନିତ କାରଣରୁ କ୍ଷତ ସୃଷ୍ଟି ହେଲେ ମଧ୍ୟ ସ୍ପଣ୍ଡିଲାଇସିସ୍ ଦେଖାଯାଇଥାଏ ।

ମାତ୍ର ଯାହା ଅନୁଶୀଳନ କରାଯାଇଛି ,ଏହା କୌଣସି ନିର୍ଦ୍ଦିଷ୍ଟ ବୃତ୍ତି ଅବଲମ୍ୱନକାରୀଙ୍କ ନିକଟରେ ଦେଖାଯାଏ।ଅର୍ଥା୍‍ତ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କଂପ୍ୟୁଟର ଚାଳନା କରୁଥିବା ବ୍ୟକ୍ତିମାନଙ୍କ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ଠାରେ ଏହି ରୋଗ ହେବାର ସମ୍ଭାବନା ଅଧିକ। ଏସବକୁ ବିଚାରକୁ ନେଲେ ୪୫ ବର୍ଷ ପରେ ଏସବୁ ରୋଗର ଆଶଙ୍କା ଅଧିକ ରହିଥିଲେ ହେଁ ବୃତ୍ତିଗତଙ୍କ କ୍ଷେତ୍ରରେ ବୟସର ସୀମା ୩୦ ପଯ୍ୟର୍ନ୍ତ ଖସି ଆସିପାରେ।

ଏକଥା ବି ସତ୍ୟ ଯେ ଏହି ରୋଗ ଥରେ ହେଲେ ଶତପ୍ରତିଶତ ଆରୋଗ୍ୟର ଆଶା କ୍ଷୀଣ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ବ୍ୟବଧାନରେ ଯଦି ଫିଜିଓଥେରାପି ଠାରୁ ଆରମ୍ଭ କରି ଶାରୀରିକ ପରିଶ୍ରମ ଆଦି ନ କରାଯାଏ ତେବେ ତାହା ପୂର୍ବାପେକ୍ଷା ବଢ଼ିଚାଲିବ ସିନା କମିବାର ନା ଧରିବନି । କାରଣ ଫିଜିଓଥେରାପି କରିବା ଦ୍ୱାରା ଶରୀରର ଏସବୁ ସହ ସଂଲଗ୍ନ ଅଂଶ ଚଳପ୍ରଚଳ ହୋଇଥାଏ । ଫଳରେ ଏଥିରୁ କିଛି ମାତ୍ରାରେ ରୋଗୀ ଆରୋଗ୍ୟ ଲାଭ କରିଥାଏ। ଯଦି ଫିଜିଓଥେରାପି ଆଦି ପରେ ମଧ୍ୟ କଷ୍ଟ ଲାଗି ରହିଲା ଓ ସ୍ଥିତିରେ କୌଣସି ଉନ୍ନତି ହେଉନି,ତେବେ ଡାକ୍ତରଙ୍କ ପରାମର୍ଶ ନେଲେ ଆବଶ୍ୟକ ଅନ୍ୟ ଚିକିତ୍ସା ପ୍ରଦାନ କରାଯାଇପାରିବ ।

ଡାକ୍ତର ଅମ୍ଳାନ ମାଇତି, ଭୁବନେଶ୍ବର

You might also like

Leave A Reply

Your email address will not be published.

4 − three =