ପିଲା ଔଷଧ ଖାଉଥିଲେ

0

ଡାକ୍ତର ଜ୍ୟୋତିରଂଜନ ଚମ୍ପତିରାୟ

ପିଲାଟିର ଦେହ ଖରାପ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖୁଆଇବାକୁ ପଡିଥାଏ । ପିଲାମାନେ ଔଷଧ ଖଇବା ସମୟରେ ଅନେକ ସତର୍କତା ପିତାମାତା କିମ୍ୱା ଔଷଧ ଖୁଆଉଥିବା ପରିବାର ଲୋକଙ୍କ ମାନିବା ଉଚିତ । ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ ସମୟରେ ଭଲଭାବରେ ପିଲାଟିର ଔଷଧର ମାତ୍ର ସମୟ ଭଲ ଭାବରେ ବୁଝି ନିଅନ୍ତୁ । ଔଷଧ କିଣୁଥିବା ଦୋକାନରୁ ରସିଦ୍‍ ସଂଗ୍ରହ କରିବା ସମୟରେ ଔଷଧର ବ୍ୟବହାର ତାରିଖ ଓ ଲିଖିତ ପରାମର୍ଶ ସମୟରେ ସଚେତନ ରୁହନ୍ତୁ ।
ପିଲାମାନେ ଚିକିତ୍ସା ହେଉଥିବା ସମୟରେ କେଉଁଠି ବଟିକା ଖାଇବାକୁ ପଡିଥାଏ ତ କିଛି ଔଷଧ ପାଣି ଔଷଧ ହୋଇପାରେ । କିଛି ଗୁରୁତର ରୋଗ କ୍ଷେତ୍ରରେ ଇଞ୍ଜେକସନ ମଧ୍ୟ ଦେବାକୁ ପଡିଥାଏ । ସେହିପରି ଖାଇବା ଔଷଧ କେତେକ କ୍ଷେତ୍ରରେ ପିତା ହୋଇପାରେ, କଷା ବି ହୋଇପାରେ । ତେବେ ସଂପ୍ରତି ବିଭିନ୍ନ ଔଷଧ କଂପାନି ମିଠାଯୁକ୍ତ ପାଣି ଔଷଧ ପ୍ରସ୍ତୁତ କରୁଛନ୍ତି । ତୁଳନାତ୍ମକ ଭାବେ ଦେଖାଯାଇଥାଏ ଛୋଟ ପିଲାମାନଙ୍କୁ ବାସ୍ତବରେ ଔଷଧ ଖୁଆଇବା ଏକ ଦାୟିତ୍ୱବହୁଳ କାର୍ଯ୍ୟ ।
ଅନେକ କ୍ଷେତ୍ରରେ ପିଲାଟି ଔଷଧ ଖାଇବା ମାତ୍ରେ ବାନ୍ତିର ସମ୍ଭାବନା ଥାଏ । ସେ କ୍ଷେତ୍ରରେ ବିଶେଷଜ୍ଞ ବାନ୍ତି ପାଇଁ ମଧ୍ୟ ଔଷଧ ପ୍ରଦାନ କରିଥାନ୍ତି । ଏହିପରି ସମସ୍ୟାଯୁକ୍ତ ପିଲାମାନଙ୍କୁ ଔଷଧ ଖୁଆଇବା ସମୟରେ ସେମାନଙ୍କ ସ୍ୱାସ୍ଥ୍ୟଗତ ଦିଗକୁ ଧ୍ୟାନ ଦେବାକୁ ପଡିଥାଏ । ଅତି ଛୋଟ ପିଲାଙ୍କୁ ଔଷଧ ଦେବା ପୂର୍ବରୁ ନ ଜଣାଇବା ଭଲ । କାରଣ ଔଷଧ ପିତା ହୋଇଥିଲେ ବିଭିନ୍ନ ପ୍ରକାର ଦୁଷ୍ଟାମି କରିଥାନ୍ତି, ବାହାନା ବି । ବୟସ ଟିକେ ବଢିଥିଲେ ପିଲା ତାର ବୋଧଶକ୍ତି ଦ୍ୱାରା ଅବଶ୍ୟ କିଛି କଥା ଜାଣିପାରିଥାଏ ।
ତେବେ ସବୁଠାରୁ ବଡ କଥା ହେଉଛି, ପିଲାମାନଙ୍କୁ ଜୋର ଜବରଦସ୍ତ ଔଷଧ ଖୁଆଇବା ପରିବର୍ତେ ପିଲାମାନଙ୍କୁ ବୁଝାଇ ତା ପରେ ଦେବା ସବୁଠାରୁ ଭଲ । କେତେକ କ୍ଷେତ୍ରରେ ପିଲାଟି ଔଷଧ ଖାଇବା ପୂର୍ବରୁ ଲମ୍ୱା ସମୟ କାନ୍ଦିଥିଲେ ବାନ୍ତି ବା ହାକୁଟିର ସମ୍ଭାବନା ଥାଏ । ତେବେ ଔଷଧ ଖୁଆଇବା ପରେ ବାନ୍ତି ହୋଇଗଲେ ପିଲାଟିର ସମସ୍ୟା ବଢିବା ସହିତ ସ୍ୱାସ୍ଥ୍ୟଗତ କ୍ଷେତ୍ରକୁ ଏହା ବିଗିଡାଇ ଦେଇଥାଏ ।
ତେବେ ଏ କ୍ଷେତ୍ରରେ ଯଦି ପିଲାଟିର ଶ୍ୱାସ ରହିଥାଏ, ତେବେ ବାନ୍ତିର ସମ୍ଭାବନା ରହିଥାଏ । ପିଲାମାନଙ୍କୁ ବଟିକା ଖୁଆଉଥିଲେ ପ୍ରଥମେ କମ ପରିମାଣର ପାଣି ପିଆଇଲା ପରେ ବଟିକା ଦେଇ ପୁଣି ଥରେ ସେହି ପରିମାଣର ପାଣି ପିଆଇ ପାରିବେ । ସଚେତନ ଅଭାବରୁ କେତେକ କ୍ଷେତ୍ରରେ ପିଲାମାନଙ୍କ ବଟିକା ଠେଲାପେଲା କରି ଜବରଦସ୍ତ ତଣ୍ଟି ଭିତରକୁ ଏକ ପ୍ରକାର ଠେଲିି ଦିଆଯାଏ । ତେବେ ଏ କ୍ଷେତ୍ରରେ ବାନ୍ତିରେ ତାହା ବାହାରି ଆସିବାର ସମ୍ଭାବନା ଅଧିକ । ତଣ୍ଟିରେ କ୍ଷତ ସ୍ଥାନର ଯନ୍ତ୍ରଣା ସମସ୍ୟା ବି ସୃଷ୍ଟି ହୋଇପାରେ ।
ସେହିପରି ପିଲାଟିଏ ଇଞ୍ଜେକସନ୍‍ ନେଉଥିବା ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବରଫ କପଡାରେ ଗୁଡାଇ ଇଞ୍ଜେକସନ୍‍ ସ୍ଥାନରେ ଦେଇପାରିବେ । ପିଲାଟି ଯନ୍ତ୍ରଣା ନିବାରକ ଔଷଧ ଖାଉ ବା ଆଣ୍ଟି ବାୟୋଟିକ୍‍ କିମ୍ୱା କୌଣସି ଟୀକା ନେଉ ବା ସିରପ୍‍ ଖାଉଥାଉ । ଏହାର ପରବର୍ତୀ କିଛି ସମୟ ପିଲାଟିକୁ ବିଶ୍ରାମ ଦେଲେ ଏହା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଭଲ ।
ସଂପ୍ରତି ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ସଦର ମହକୁମାସ୍ତରୀୟ ହସ୍ପିଟାଲ ଠାରୁ ସିଟି ହସ୍ପିଟାଲ, ଶିଶୁଭବନ ,ମେଡିକାଲ କଲେଜ ସବୁଠାରେ ଚିକିତ୍ସା ଦାୟିତ୍ୱ ହାତକୁ ନେବା ଠାରୁ ବିଭିନ୍ନ ପ୍ରକାର ଚିକିତ୍ସା ଲାଗି ଔଷଧ ଆଦି ବିନା ମୂଲ୍ୟରେ ଦେଉଛନ୍ତି । ପିଲାମାନଙ୍କୁ ଔଷଧ ଖୁଆଇବା ସଂପର୍କରେ ଅଙ୍ଗନବାଡି କର୍ମୀଙ୍କ ଠାରୁ ଆଶା କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ତାଲିମ ଦିଆଯାଇ ମାଆମାନଙ୍କୁ ସଚେତନ କରାଯାଉଛି । ତେବେ ଏ କ୍ଷେତ୍ରରେ ଅଭିଭାବକଙ୍କ ସହଯୋଗ ସବୁଠାରୁ ବଡକଥା ।
ଶିଶୁ ରୋଗ ବିଶେଷଜ୍ଞ

You might also like

Leave A Reply

Your email address will not be published.

20 + seventeen =