କେତେ ବିପଜ୍ଜନକ ମହିଳାଙ୍କ ଅର୍ଥରାଇଟିସ୍‍

0

ଡାକ୍ତର ଜୟନ୍ତ କୁମାର ପଣ୍ଡା

ସାଧାରଣ ଜୀବନର ତେଲ ଲୁଣ ସଂସାର ଭିତରେ ମହିଳାମାନଙ୍କ ଉପରେ ଅତ୍ୟଧିକ ଶାରୀରିକ ପରିଶ୍ରମ ପଡିଥାଏ । ମୁହଁ ଅନ୍ଧାରରୁ ବାଡି ପାଇଟି ଠାରୁ ଅର୍ଦ୍ଧରାତ୍ର ଯାଏ ସେମାନେ ସର୍ବଦା ବ୍ୟସ୍ତ ରହିବା ସହ ବିଶ୍ରାମର ଅଭାବ,ପୁଷ୍ଟିକର ଖାଦ୍ୟ ନଖାଇବା ତଥା ସାମାନ୍ୟ ଛୋଟ ବଡ ପରବର୍ତ୍ତୀ ସମୟରେ ଅସ୍ଥିି ସମ୍ୱନ୍ଧୀୟ ବିଭିନ୍ନ ଅଙ୍ଗକୁ ଦୁର୍ବଳ କରିଥାଏ । ଚଳପ୍ରଚଳ ଓ କର୍ମବ୍ୟସ୍ତତା ମହିଳାମାନଙ୍କ ପାଇଁ ନିଶ୍ଚିତ ଭଲ । ହେଲେ ଅତ୍ୟଧିକ ହାଡ଼ଭଙ୍ଗା ଖଟଣୀ ସେମାନଙ୍କୁ ପରବର୍ତ୍ତୀ ସମୟରେ କଷ୍ଟଦାୟକ ର୍ୟୁମେଟିକ ଅର୍ଥରାଇଟିସ୍‍ ର ସମ୍ମୁଖୀନ କରାଇବାର ସମ୍ଭାବନା ରଖିଥାଏ ।
ର୍ୟୁମେଟିକ ଅର୍ଥରାଇଟିସ୍‍ ଅଳ୍ପ ବୟସରେ ଓ ବୟସାଧିକ୍ୟ ହେଲେ ଅନେକଙ୍କ ଠାରେ ଦେଖାଯାଏ । ଏହା ଏକ କଷ୍ଟ ଦାୟକ ରୋଗ । ଏହି ରୋଗ ହେଲେ ଅସ୍ଥି ଗୁଡିକର ଜଏଣ୍ଟ ସ୍ଥାନରେ ଅତ୍ୟଧିକ ପୀଡା ଅନୁଭବ ହୁଏ । ଗଳାରେ ଷ୍ଟପ୍‍ଟୋ ଫୋକସର ସଂକ୍ରମଣ କାରଣରୁମଏହି ମାରାତ୍ମକ କଷ୍ଟ ଦାୟକ ରୋଗର ଉପùତ୍ତି ହୋଇଥାଏ । ଏହି ରୋଗ ହେଲେ ଜ୍ୱର ହୁଏ । ଶରୀରର ଜଏଣ୍ଟ ସ୍ଥାନ ଗୁଡିକ ଫୁଲିଯିବା ସହ ତୀବ୍ର ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ ହେଲେ ହାର୍ଟ ଫେଲ୍ୟୁଅରର ସମ୍ଭାବନା ଅଧିକ ବଢ଼ି ଯାଇଥାଏ ।
ଲକ୍ଷଣ
ଏହି ରୋଗ ହେଲେ ରୋଗୀକୁ ବିଛଣା ଛାଡିଲା ବେଳେ କଷ୍ଟ ଲାଗେ । ଏହି କଷ୍ଟ ଶୀତ ଦିନେ ଓ ବର୍ଷା ଦିନେ ଅଧିକ ଜଣାପଡିଥାଏ । ଅାଙ୍ଗୁଳି,ପଞ୍ଝା ଓ ଅାଣ୍ଠୁ ଫୁଲିଯିବା ସହ କେତେକ କ୍ଷେତ୍ରରେ ଅାଙ୍ଗୁଳି ବଙ୍କା ହୋଇଯାଏ । ଶୋଇବା ବେଳେ କଡ଼ ଲେଉଟିବାରେ ଯନ୍ତ୍ରଣା ଅନୁଭୂତ ହୁଏଓ କଫ ସହିତ ଜ୍ୱରର ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ । ଏହି ରୋଗ ହେଲେ ରୋଗୀକୁ ଅଧିକ ପରିସ୍ରା ଲାଗେଓ ନିଦ କମ୍‍ ହୋଇଥାଏ । ଏହା ବ୍ୟତୀତ କୋଷ୍ଠବଦ୍ଧତା ସମସ୍ୟା ମଧ୍ୟ ଦେଖାଯାଇଥାଏ । ଶରୀରର ଜଏଣ୍ଟ ସ୍ଥାନ ଗୁଡିକରେ ଯନ୍ତ୍ରଣା ଅଧିକ ହୋଇଥାଏ । ପୁରୁଷ ମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଏହି ରୋଗ ଅଧିକା ହୋଇଥାଏ । ଶରୀରରେ କୌଣସି କାରଣରୁ ଗଣ୍ଠି ଦରଜ କି ବିନ୍ଧା ହେଲେ ସେମାନେ ଅବହେଳା କରିଥାଅାନ୍ତି । ଯାହା ଭବିଷ୍ୟତରେ ସେମାନଙ୍କୁ ଏହି ରୋଗ ଜନିତ ସମସ୍ୟାରେ ପକାଇଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ଓ ମାନସିକ ଅସ୍ଥିରତା ଲାଗି ରହିଲେ ଏହି ରୋଗ ଉପùନ୍ନ ହୋଇଥାଏ । ଅଧିକ ଛଣା ଭଜା,ମିଠା ଖାଦ୍ୟ ଖାଇଲେ,ଥଣ୍ଡା ପାନୀୟ,ଅାଇସକ୍ରିମ୍‍,ବରଫ ସେବନରେ ଏହି ରୋଗ ହୋଇଥାଏ ।
ସନ୍ତସନ୍ତିଅା ଓ ଥଣ୍ଡା ଅଞ୍ଚଳରେ ଏହି ରୋଗ ଅଧିକାଂଶ ଲୋକଙ୍କୁ ଅାକ୍ରମଣ କରିଥାଏ ।ବିଶୁଦ୍ଧ ଅାହାର ବିହାର ଏହି ରୋଗର ପ୍ରମୁଖ କାରଣ ବୋଲି ଚିକିତ୍ସକମାନେ କହିଥାନ୍ତି । ଏହି ରୋଗ ଯେପରି ନହେବ ସେଥିପ୍ରତି ସର୍ତକ ରହିବା ଉଚିତ୍‍ । ଶରୀରର କୌଣସି ଜଏଣ୍ଟ ସ୍ଥାନରେ ଯନ୍ତ୍ରଣା ହେଲେ ହେଲେ ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ।
ମହିଳାମାନେ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ ସହ ଯୋଗ ଓ ପ୍ରାଣାୟାମ କଲେ ଖୁବ୍‍ ଭଲ । ସାମର୍ଥ୍ୟ ନଥିଲେ ଓଜନିଅା ଜିନିଷ ଉଠା ଉଠି କରନ୍ତୁ ନାହିଁ । ଶରୀର ଅସ୍ଥି ସମ୍ୱନ୍ଧୀୟ ଦୁର୍ବଳତା ଅନୁଭବ କଲେ ହେୟଜ୍ଞାନ ନକରି ତୁଟୁକା ଚିକିତ୍ସା ଅପେକ୍ଷା ବିଶେଷଜ୍ଞମାନଙ୍କ ପରାମର୍ଶ ନିଅନ୍ତୁ । ସମୟ ପାଇଲେ ପ୍ରତ୍ୟୁଷ ଓ ସଂଧ୍ୟା ସମୟରେ କିଛି ବାଟ ଚାଲନ୍ତୁ । ସଂଭବ ହେଲେ ସବୁଜ ଘାସ ଉପରେ ଖାଲି ପାଦରେ ଚାଲିଲେ ଭଲ । ଶରୀରରେ କୌଣସି ଅସ୍ଥି ଅାଘାତ ପାଇଲେ ସାଧାରଣତଃ ସେକ,ତେଲ ମାଲିସ୍‍ ଏପରି ପୁରୁଣା ବିଶ୍ୱାସ ଅପେକ୍ଷା ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । କ୍ୟାଲସିୟମ ଯୁକ୍ତ ଖାଦ୍ୟ ଯଥା-କ୍ଷୀର,ଶାଗ,କଞ୍ଚା ପନିପରିବା,ଫଳ ଖାଅାନ୍ତୁ । ପୂର୍ବରୁ ଅସ୍ଥି ସମ୍ୱନ୍ଧୀୟ ଦୁର୍ବଳତା ଥିଲେ ପାହାଡ଼ ଚଢ଼ା,ପହଁରା,ଦୋଳି ବା ପୁଚି ଖେଳ ଅଧିକ ଚାଲିବାରୁ ନିବୃତ ରୁହନ୍ତୁ ।

You might also like

Leave A Reply

Your email address will not be published.

16 − five =