ପ୍ରାତଃ ଭୋଜନ ଶରୀର ପାଇଁ ନିହାତି ଜରୁରୀ

0

ବର୍ତ୍ତମାନ ବ୍ୟସ୍ତବହୁଳ ଦିନଚର୍ଯ୍ୟା ଭିତରେ ଖାଦ୍ୟ ରୁଚି ବଦଳିଛି । ଅଧିକାଂଶ ଲୋକଙ୍କ ସମସ୍ୟା ହେଉଛି ଖାଇବାକୁ ନେଇ । ଶାସ୍ତ୍ରରେ ଲେଖା ଅଛି ଶରୀର ମାଧ୍ୟମଂ ଖଳୁଧର୍ମ ସାଧନମ୍‍ । ସାଧାରଣ ଦେଖାଯାଏ ପ୍ରାତଃ ଭୋଜନକୁ ସାଧାରଣରେ ଲୋକମାନେ ଗୁରୁତ୍ୱ ଦେଇ ନଥାନ୍ତି । ଯାହା ମିଳିଲା ଖାଇ ଦିଅନ୍ତି । କେହି କେହି ସକାଳୁ ଖାଲି ପେଟରେ ଧୂମପାନ,ଗୁଡୁଖା ଅାଦି ସେବନ କରିଥାଅାନ୍ତି । ପରବର୍ତ୍ତୀ ସମୟରେଏହାର ଭୟଙ୍କର ପରିସ୍ଥିତି ଶରୀର ପାଇଁ କ୍ଷତିକାରକ ହୋଇଥାଏ । ମନେରଖିବା ଉଚିତ୍‍ ପ୍ରାତଃଭୋଜନ ବେଳକୁ ଜଣେ ଦଶବାରଘଣ୍ଟା ପୂର୍ବରୁ କିଛି ଖାପ୍ୟ ଗ୍ରହଣ କରିଥାଅାନ୍ତି । ସକାଳେ ଶରୀରକୁ ଶକ୍ତିର ଅାବଶ୍ୟକତା ରହୁଥିବାରୁ ଏଥିପାଇଁ ପ୍ରାତଃ ଭୋଜନ ଜରୁରୀ । ଏହା ଦିବସର ପ୍ରଥମ ଖାଦ୍ୟ ହୋଇଥିବାରୁ ଶରୀର ଓ ମନର ସତେଜତା ପାଇଁ ପ୍ରାତଃ ଭୋଜନ ଜରୁରୀ । ଶରୀରକୁ ପ୍ରାତଃ ଭୋଜନର ଶକ୍ତି ନମିଳିଲେ ଏହା ଚାପଗ୍ରସ୍ତ କରି ଥକ୍କା ଅନୁଭବ କରିଥାଏ । ଏହି ସମୟରେ ଶରୀର ଅନ୍ୟ ଅଶଂକୁ ଶକ୍ତି ଯୋଗାଣ କମ୍‍ କରି ମସ୍ତିଷ୍କକୁ ଅଧିକ ଶକ୍ତି ପ୍ରେରଣ କରେ । ଯାହା ଦ୍ୱାରା ଶରୀର ଥକ୍କା ଅନୁଭବ କରିଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଖାଲି ରହିଲେ ଏସିଡ୍‍ ସୃଷ୍ଟି ହୋଇ ବଦ୍‍ହଜମୀ ପରି ସମସ୍ୟାକୁ ନିୟନ୍ତ୍ରଣ କରିଥାଏ । କେହି କେହି କଥା ଛଳରେ ବ୍ରେକ୍‍ଫାଷ୍ଟକୁ ଉପବାସ ଭଙ୍ଗ ବୋଲି କହିଥାଅାନ୍ତି ।
ସକାଳୁ ବିଛଣା ଛାଡିବା ପରେ ତମ୍ୱା ପାତ୍ରର ବାଶୀ ପାଣି ବହୁତ ଭଲ । ଏହାପରେ ଫଳରସ କିମ୍ୱା ସୁପ୍‍ ପିଇପାରନ୍ତି । ପ୍ରାତଃ ଭୋଜନ ଖାଦ୍ୟଟି ତାଜା ଥିବା ଦରକାର । ବାସୀ ଖାଦ୍ୟ କିମ୍ୱା ଫ୍ରିଜରୁ କଢାଯାଇଥିବା ଖାଦ୍ୟକୁ ପ୍ରାତଃ ଭୋଜନ ତାଲିକାରେ ରଖନ୍ତୁ ନାହିଁ । ଛଣାଛଣି ବଜାରର ଫାଷ୍ଟଫୁଡ୍‍ ଅପେକ୍ଷା ସନ୍ତୁଳିତ ସୁଷମ ଖାଦ୍ୟକୁ ଗୁରୁତ୍ୱ ଦେବା ଜରୁରୀ । ଗଜା ମୁଗ,ଭିଜା ବାଦାମ,କାଜୁ ବାଦାମ,ପେସ୍ତା ଖାଇ ପାରନ୍ତି । ଶସ୍ୟ ଜାତୀୟ ଖାଦ୍ୟ ଯଥା ରୁଟି,ଚପାତିକୁ ପ୍ରାତଃ ଭୋଜନରେ ଖାଇ ପାରନ୍ତି । ପ୍ରାତଃ ଭୋଜନ ପରେ ଫଳରସ ପିଇବା ଶରୀରକୁ ସତେଜ କରିଥାଏ । ମନେରଖନ୍ତୁ ପ୍ରାତଃଭୋଜନ ଦ୍ୱାରା ଶରୀରର ହଜମ ପ୍ରକ୍ରିୟା ସୁସ୍ଥ ରହିବା ସହ ଅଧିକ କ୍ୟାଲେରୀ ଖର୍ଚ୍ଚ ହେଉଥିବାରୁ ଅନାବଶ୍ୟକ ଚର୍ବି ଜମାଟ ବାନ୍ଧି ପାରେ ନାହିଁ । ପିଲାମାନଙ୍କ ପାଇଁ ପ୍ରାତଃ ଭୋଜନ ସେମାନଙ୍କ ମାନସିକ କ୍ଷମତାକୁ ତ୍ୱରାନ୍ୱିତ ସହ ଶରୀରକୁ ସକ୍ରିୟ ରଖିଥାଏ । ପ୍ରାତଃ ଭୋଜନ ନକଲେ ଶରୀରରେ କୋଲେଷ୍ଟ୍ରୋଲ ଏବଂ ଟ୍ରାଇଗ୍ଲିସେରାଇଡ ପରିମାଣ ବୃଦ୍ଧି ପାଇଥାଏ । ରାତିରେ ବିଳମ୍ୱିତ ସମୟରେ ଶୋଇବା ଅଭ୍ୟାସ ପ୍ରାତଃଭୋଜନକୁ ପ୍ରଭାବିତ କରିଥାଏ । ବିଳମ୍ୱିତ ପ୍ରହରରେ ଖାଦ୍ୟ ବୃକକ କୁ ପ୍ରଭାବିତ କରିବାର ଅାଶଙ୍କା ରଖିବା ସହ ହଜମ ପ୍ରକିୟାକୁ ବାଧାପ୍ରାପ୍ତ କରିଥାଏ । ଅନେକ ଲୋକ ପ୍ରାତଃ ଭୋଜନକୁ ଏଡାଇ ଦେଇ ଖାଲି ପେଟରେ ଘରୁ ବାହାରି ଯାଅାନ୍ତି । ଅଧୁଅା ମୁହଁରେ ଖାଲି ପେଟରେ ଥିବା ସମୟରେ ଚା,କଫି ପିଇବା ଶରୀର ପାଇଁ କ୍ଷତିକାରକ । ଖାଲି ପେଟରେ ଦୀର୍ଘ ସମୟ ରହିବାର ଭୟଙ୍କର ପରିଣତି ପରବର୍ତ୍ତୀ ସମୟରେ ଲୋକଟି ପାଇଁ କ୍ଷତିକାରକ ହୋଇଥାଏ । ଋତୁଚକ୍ର ଅନୁଯାୟୀ ପ୍ରକୃତି ପ୍ରଦତ୍ତ ଫଳ ମଣିଷର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଶ୍ରେଷ୍ଠ ଅଟେ । ପାଞ୍ଚଟି ପୁଷ୍ଟିକର ଶସ୍ୟକୁ ନେଇ ପ୍ରସ୍ତୁତ ବଜାରରେ ମିଳୁଥିବା ପୋଟିନ୍‍ ପାଉଡର କିମ୍ୱା ଚୁଡା,ଦହି,କଦଳୀ,ଗୁଡର ସମ୍ମିଶ୍ରିତ ଖାଦ୍ୟ ପ୍ରାତଃ ଭୋଜନ ପାଇଁ ବହୁତ ଭଲ । କେହି କେହି ପୂର୍ବ ରାତ୍ରିର ରନ୍ଧା ହୋଇଥିବା ମାଣ୍ଡିଅା ଚୁନାର ପ୍ରସ୍ତୁତିକୁ ଦହି ମିଶାଇ କରି ସକାଳୁ ଖାଇଥାଅାନ୍ତି । ଏହା ଶରୀର ପାଇଁ ବିଶେଷକରି ପାଚନ ପ୍ରକ୍ରିୟାକୁ ଶୁଦ୍ଧତା ରଖିଥାଏ । ପ୍ରାତଃ ଭୋଜନର ଯଥେଷ୍ଟ ପୂର୍ବରୁ ପାଣି ପିଇବା ଶରୀରର ଲିଭର ଠାରୁ ସ୍ନାୟୁ ସବୁ ଦିଗକୁ ସୁରକ୍ଷିତ ରଖିଥାଏ ।
ଶୋଭନୀୟ ଅାନ୍ଦୋଳନ,ଉଦୟଗିରି,ଯାଜପୁର

You might also like

Leave A Reply

Your email address will not be published.

fourteen − two =