ଧଳା ଛଉ ବା ଭିଟିଲିଗୋ ହୁଏ କାହିଁକି?

0

ଧଳା ଛଉକୁ ଭିଟିଲିଗୋ ବା ଲିଉକୋଡର୍ମା ବୋଲି କୁହାଯାଏ । କୁଷ୍ଠ ରୋଗରେ ଦେଖା ଯାଉଥିବା ଛଉ ସାଧାରଣତଃ ବଦାମୀ ରଙ୍ଗର ବା ମଇଳା ଏବଂ ଛଉ ସ୍ଥାନରେ ସ୍ପର୍ଶ ବାରି ହୁଏନି କି ଯନ୍ତ୍ରଣା ଅନୁଭବ କରି ହୁଏନି । କେତେକ ପ୍ରକାରର କବକ ସଂକ୍ରମଣ ଯୋଗୁଁ ମୁହଁ,ଛାତି,ପେଟ,ପିଠିରେ ମଧ୍ୟ ଛଉ ଦେଖାଦିଏ । ତେବେ ଧଳା ଛଉ ଏହାଠାରୁ ସ୍ୱତନ୍ତ୍ର । ଭିଟିଲିଗୋ କୁ କେହି କେହି ଧବଳ କୁଷ୍ଠ ବୋଲି କହିଥାଅାନ୍ତି । ହେଲେ କୁଷ୍ଠ ରୋଗ ସହିତ ଏହାର କୌଣସି ସଂର୍ପକ ନାହିଁ । ଶରୀରର ଯେକୌଣସି ସ୍ଥାନରେ ଧଳା ଛଉ ବାହାରି ଥାଏ । ଅାଙ୍ଗୁଠିର ନଖ ପାଖ,ପାପୁଲି,ଓଠ,ମୁହଁ ଛାତି,ଗୋଡ ଯେକୌଣସି ଠାରେ ଏହା ଦେଖା ଦେଇଥାଏ । ଏହି ଛଉକୁ ଛୁଇଁଲେ ବଧିରା ଲାଗେ ନାହିଁ ।
ଅାମ ଚର୍ମରେ ରହିଛି ମେଲାନୋସାଇଟ୍‍ କୋଷ । ଏହି କୋଷରେ ତିଅାରି ହୁଏ ମେଲାନିନ୍‍ ନାମକ ବର୍ଣ୍ଣ କଣିକା । ଯାହାଠାରେ ମେଲାନିନ୍‍ ପରିମାଣ କମ୍‍ ସେ ଗୋରା,ଯାହାଠାରେ ଏହା ବେଶୀ,ସେ ଦେଖିବାକୁ କଳା । କୌଣସି ଅଜଣା କାରଣରୁ ମେଲାନୋସାଇଟ୍‍ ମେଲାନିନ୍‍ ତିଅାରି କରିବା ନିମନ୍ତେ ଅକ୍ଷମ ହୋଇପଡେ । ଫଳରେ ଚର୍ମର ସେହି ସ୍ଥାନ ବର୍ଣ୍ଣ କଣିକା ବିହିନ ହୋଇ ଧଳା ଦେଖାଯାଏ । ଭିଟିଲୋଗ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡେ ନାହିଁ । ତେବେ ଅାନୁବଂଶିକ କାରଣ ଏଥିରେ କିଛି ଭୂମିକା ରହିଛି । ସେହିପରି ରୋଗ ପ୍ରତିରୋଧକ ପ୍ରଣାଳୀର ମଧ୍ୟ କିଛି ଭୂମିକା ଥାଇପାରେ ଭିଟିଲୋଗ ଜାତ କରାଇବାରେ ।
ଏହା ଯେକୌଣସି ବୟସରେ ବାହାରିପାରେ । ଭିଟିଲିଗୋ ଠାରେ ନାରୀ ପୁରୁଷର ବାଛ ବିଚାର ନାହିଁ । ପରିବାରର ଏକାଧିକ ସଦସ୍ୟ ଏହି ରୋଗରେ ଅାକାନ୍ତ୍ର ହୋଇପଡିଥିବାର ମଧ୍ୟ ଦେଖାଯାଏ । ପ୍ରଥମେ ଛୋଟ ଛୋଟ ଧଳା ଦାଗ ବାହାରି କ୍ରମେ ତାହାର ଅାକାର ବଢେଓ ଜଣ ଜଣଙ୍କ ଠାରେ ସାରା ଶରୀର ଧଳା ହୋଇଯାଏ । କେତେକ ଧରଣର ଭିଟିଲିଗୋକୁ ରାସାୟନିକ ଭିଟିଲିଗୋ ବୋଲି କୁହାଯାଏ । ପ୍ଲାଷ୍ଟିକ୍‍,ଅାକ୍ରିଲିକ୍‍ ଇତ୍ୟାଦିର ସଂସ୍ପର୍ଶରେ ଅାସୁଥିବା ଜର୍ମରେ ଏଭଳି ପରିବର୍ତ୍ତନ ହୋଇଥାଏ । ଏକ୍ଷେତ୍ରରେ ଅାର୍ଲଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଭିଟିଲିଗୋର ନିର୍ଦ୍ଧିଷ୍ଟ କାରଣ ଜଣା ନଥିବାରୁ ଏହା ବିରୋଧରେ ନିର୍ଦ୍ଦିଷ୍ଟ ଚିକିସùା ମଧ୍ୟ ଜଣାନାହିଁ । ଯେଉଁ ସବୁ ଚିକିସùା ବ୍ୟବସ୍ଥା କରାଯାଏ ତାହା ସବୁ ରୋଗରଙ୍କ ଠାରେ ସମାନ ପ୍ରକାରର ଫଳ ପ୍ରଦାନ କରିନଥାଏ । ତେବେ ଭିଟିଲିଗୋ ବାହାରିଲେ ଚର୍ମ ବିଶେଷଜ୍ଞ ପରାମର୍ଶ ନେବା ଦରକାର । ଅାକ୍ରାନ୍ତ ସ୍ଥଳରେ ପ୍ରୟୋଗ କରିବା ପାଇଁ ଔଷଧ ମଧ୍ୟ ମିଳୁଛି ।
ଏବେ କିନ୍ତୁ ଅାଧୁନିକ ପଦ୍ଧତି ଦ୍ୱାରା ରୋଗର ଶରୀରର ସୁସ୍ଥ ଚର୍ମରୁ ମେଲାନୋସାଇଟ କୋଷମାନ ନେଇ ଧଳାଛଉ ସ୍ଥାନର ଚର୍ମରେ ପ୍ରତିରୋପଣ କରି ଦିଅାଯାଉଛି । ଅ ବଶ୍ୟ ଏହା ପୂର୍ବରୁ ଗବେଷଣାଗାରରେ ମେଲାନୋସାଇଟ୍‍ ର କର୍ଷଣ କରାଯାଇ ସେଗୁଡିକର ସଂଖ୍ୟା ବୃଦ୍ଧି କରାଯାଇଥାଏ । ଏହା ଏକ ବ୍ୟୟବହୁଳ ଚିକିତ୍ସା ଏବଂ ଅଳ୍ପ କେତେକ ଚିକିତ୍ସା କେନ୍ଦ୍ରରେ ଏଭଳି ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ।
ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ,ଅଭୀପସା,ସେକ୍ଟର-୬,କଟକ

You might also like

Leave A Reply

Your email address will not be published.

five + nine =