କେଉଁ ମାଛ କେତେ ଉପକାରୀ

0

ଡାକ୍ତର ରଙ୍ଗନାଥ ଦାଶ

ଆର୍ୟୁବେଦ ଚିକିତ୍ସା ଶାସ୍ତ୍ର ଅନୁସାରେ କେଉଁ ଖାଦ୍ୟ ଖାଇଲେ, ତାର କି ଉପକାର ମିଳିଥାଏ, ତାହା ରୋଗ ଚିକିତ୍ସା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ବଜାରରେ ଅତି ସହଜରେ ଉପଲବ୍ଧ ହେଉଥିବା ମାଛ, ଆମ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।
ଛୋଟ ମାଛ: ଲଘୁପାକ, ମଳ ରୋଧକ । ଗ୍ରହଣୀ ରୋଗ କ୍ଷେତ୍ରରେ ଉପକାର ମିଳେ ।
ବଡ଼ ମାଛ:ଗୁରୁପାକ, ମଳ ଭେଦକ ଓ ବୀର୍ଯ୍ୟ ବର୍ଦ୍ଧକ । କାତି ନଥିବା ମାଛ ଅପେକ୍ଷା କାତି ଥିବା ମାଛ ଗୁଣରେ ଅଧିକ ପ୍ରଭାବୀ ହୋଇଥାଏ ।
କୃଷ୍ଣବର୍ଣ୍ଣ ମାଛ:ଲଘୁପାକ, ସ୍ନିଗ୍ଧ, ଅଗ୍ନିବର୍ଦ୍ଧକ ଓ ବାତ୍ତ ନାଶକ ।
ଶୁକ୍ଲ ବର୍ଣ୍ଣ ମାଛ:ଗୁରୁପାକ, ସ୍ନିଗ୍ଧ, ମଳ ଭେଦକ ।
ସମୁଦ୍ର ମାଛ:ଗୁରୁପାକ, ଉଷ୍ଣ ବୀର୍ଯ୍ୟ, ଶୁକ୍ର ବର୍ଦ୍ଧକ ଓ ବାତ୍ତ ନାଶକ ।
ନଦୀ ମାଛ:ମଧୁର, ମଳ ଭେଦକ, ବୀର୍ଯ୍ୟ ବର୍ଦ୍ଧକ, ରକ୍ତପିତ୍ତ ବର୍ଦ୍ଧକ ।
ପୋଖରୀ ମାଛ: ମଧୁର, କଷାୟ, ବଳକାରକ, ବାତ୍ତ ନାଶକ । ଏହି ମାଛର ମୁଣ୍ଡ ଲଘୁପାକ ।
ପୋଡା ମାଛ:ତେଲ ଓ ଲୁଣ ସହିତ ପୋଡା ହୋଇଥିବା ମାଛ ଗୁରୁପାକ, ବୀର୍ଯ୍ୟ ବର୍ଦ୍ଧକ ଓ ବଳକାରକ । ଏହା ନିତ୍ୟ ସ୍ତ୍ରୀ ସେବୀ, କ୍ଷୀଣ ଶୁକ୍ର ତେଜହୀନ, ଭଗ୍ନ ଦେହ ବ୍ୟକ୍ତିଙ୍କ ପାଇଁ ଅଧିକ ହୀତକାରକ ।
ମାଛ ମଞ୍ଜି: ମଧୁର, କଟୁ, ରୁଚିକର, ବଳକାରକ, ବାତକଫ ବର୍ଦ୍ଧକ ।
ମାଗୁର ମାଛ: ମଧୁର, ବଳବୀର୍ଯ୍ୟ ବର୍ଦ୍ଧକ, ବାତ୍ତ ନାଶକ ।
ଚେଙ୍ଗ ମାଛ: ଏହା ବାତ୍ତ ରୋଗ କ୍ଷେତ୍ରରେ ହିତକର ।
ଗଡିଶା ମାଛ: ମଧୁର, ଉଷ୍ମ, ବଳ ବୀର୍ଯ୍ୟ ବର୍ଦ୍ଧକ ଓ ରୁଚିକର ମଧ୍ୟ ।
ଶେଉଳ ମାଛ: ବଳ ଓ ବୀର୍ଯ୍ୟ ବର୍ଦ୍ଧକ, ବାତ୍ତଜନକ ।
ଚିଙ୍ଗୁଡି ମାଛ: ବଳ ଓ ବୀର୍ଯ୍ୟ ବର୍ଦ୍ଧକ, ମେଧା ବର୍ଦ୍ଧକ ଓ ରକ୍ତପିତ୍ତ ନାଶକ ।
ଭାକୁଡ ମାଛ: ମଧୁର, ବୀର୍ଯ୍ୟ ବର୍ଦ୍ଧକ, କାମୋତ୍ତେଜକ, କଫ କାରକ ଓ ଗୁରୁପାକ । ଏହାର ମୁଣ୍ଡ ମେଧା ଶକ୍ତି ବର୍ଦ୍ଧକ।
ମହୁରାଳି ମାଛ:ତୁଷ୍ଣ, ଜ୍ୱର କାରକଓ ଧାତୁ ବର୍ଦ୍ଧକ ।
ପ୍ରତି ଦିନ ମାଛ ଧୂଆ ଜଳ ପିଇଲେ, ବୁଲା କୁକୁର, ବିଲୁଆ ଓ ସର୍ପବିଷ ସଞ୍ଚାରିତ ହୁଏ ନାହିଁ । ପୋଟଳ ପତ୍ର ସହିତ ସିଦ୍ଧ କରାଯାଇଥିବା ମାଛର ତରକାରୀ ଖାଇଲେ ଜ୍ୱର, ମେହ ଓ କଫ ରୋଗରେ ବିଶେଷ ଉପକାର ହୁଏ । ବାଇଗଣ ଓ ମାଛ ଏକାଠି ତରକାରି କରି ଖାଇଲେ ଶୋଥ ରୋଗରୁ ଉପକାର ମିଳେ । ଆମ୍ୱୁଲ ସହିତ ମାଛ ତରକାରୀ କରି ଖାଇଲେ ଅରୁଚି ନାଶକ ଓ ଅଗ୍ନିମାନ୍ଦ୍ୟ ଦୃଷ୍ଟିରୁ ହିତକର ।

ବୈଦ୍ୟରାଜ ଉପେନ୍ଦ୍ର ନାରାୟଣ ଦାଶ କ୍ଲିନିକ୍‍
ପୁରୀଘାଟ ଥାନା ପାଖ, କଟକ
ମୋବାଇଲ୍‍-୯୪୩୭୦୬୨୪୫୪

Leave A Reply

Your email address will not be published.

thirteen + one =