ଏମ୍ସ ଭୁବନେଶ୍ବର- ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣା

0

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଉ ପାଦେ ଆଗେଇଲା ଓଡ଼ିଶା
ଘରୋଇ ଡାକ୍ତରଖାନାଗୁଡିକ ରିପୋର୍ଟ ମାଗିଵେ ସରକାର

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସେବା ପ୍ରଦାନ କରିବା ନିମନ୍ତେ ଆଜି ଏଆଇଆଇଏମ୍ଏସ୍ ଭୁବନେଶ୍ୱର ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ , ବିଭାଗର କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ଏଆଇଆଇଏମ୍ଏସ୍ ଭୁବନେଶ୍ୱର ନିର୍ଦ୍ଦେଶିକା ଡାଃ ଗୀତାଞ୍ଜଳୀ ବି ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ରାଜ୍ୟରେ ଗତ ୨୦୧୮ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ସେଥିରେ ୧୯୬ ଘରୋଇ ଡାକ୍ତରଖାନା ତାଲିକାଭୁକ୍ତ ହୋଇଥିବା ବେଳେ ଆଜି ଏଆଇଆଇଏମ୍ଏସ୍ ଭୁବନେଶ୍ୱର ସେଥିରେ ଯୋଡି ହୋଇଛି । ମନ୍ତ୍ରୀ ଶ୍ରୀ ଦାସ ଆଜି ବିଭିନ୍ନ ଘରୋଇ ଡାକ୍ତରଖାନା ଗୁଡିକର କର୍ମକର୍ତାମାନଙ୍କ ସହିତ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନା ମୂଲ୍ୟରେ ଚିକିତ୍ସା ପ୍ରଦାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । କୌଣସି ପରିସ୍ଥିତିରେ ଗରିବ ଲୋକମାନେ ଯେପରି ଘରୋଇ ଡାକ୍ତରଖାନାମାନଙ୍କରେ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଘରୋଇ ଡାକ୍ତରଖାନା ଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କ ଡାକ୍ତରଖାନାରେ ଯୋଗାଇ ଦେଉଥିବା ଚିକିତ୍ସା ସଂପର୍କିତ ରିପୋର୍ଟ , ପ୍ରତି ମାସରେ କେତେଜଣ , କେଉଁ ଅଂଚଳର ,କେଉଁ ପ୍ରକାର ରୋଗ , ସିଧାସଳଖ ଆଡମିଶନ ହୋଇଛନ୍ତି କିମ୍ବା ସିଡିଏମ୍ଓଙ୍କ ଦ୍ୱାରା ରେଫର ହୋଇ ଆସିଛନ୍ତି ,ସେ ସବୁର ଟିକିନିଖ୍ ତଥ୍ୟ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ସେହିପରି ଘରୋଇ ଡାକ୍ତରଖାନା ମାନଙ୍କର ଏ ବାବଦ ବିଲ୍ ପ୍ରଦାନକୁ ଡିଏମ୍ଇଟି ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସବୁ ବିଲ୍ ବାକି ରହିଛି ବା ଆସିବ ସେ ସବୁକୁ ତୁରନ୍ତ ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ।
ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟରେ କର୍କଟ ରୋଗ ରୋଗ କାର୍ଯ୍ୟକ୍ରମ ସଂପର୍କରେ ସମିକ୍ଷା କରିଥିଲେ । ବୈଠକରେ ଓଡିଶା କ୍ୟାନସର କେୟାର ଫାଉଣ୍ଡେସ ଗଠନ ନିମନ୍ତେ ନିଷ୍ପତି ହୋଇଛି । ଏହି ଫାଉଣ୍ଡେସଲର ପ୍ରଥମ ବୈଠକ ଆସନ୍ତା ଜୁଲାଇମାସ ୧୫ ତାରିଖରେ ଅନୁଷ୍ଠିତ ହେବାକୁ
ସ୍ଥିର ହୋଇଛି । ବାରଙ୍ଗଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଆପେକ୍ସ କର୍କଟ କେନ୍ଦ୍ର ନିର୍ମାଣକାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି । ଏତଦ୍ବ୍ୟତିତ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ରାଗୀଙ୍କ ଭାର ହ୍ରାସ କରିବା ନିମନ୍ତେ ଏହାର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ
କରାଯିବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି । ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ଆରମ୍ଭ ହୋଇଥିବା କୋମୋଥେରାପି କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ଏହାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱ ଆରୋପ
କରିଥିଲେ । ଭବାନୀପାଟଣା ଠାରେ ବେଦାନ୍ତ ତରଫରୁ ପିପିପି ମୋଡରେ ପ୍ରତିଷ୍ଠା ହେବାକୁ ଥିବା ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ସଂପର୍କରେ ମଧ୍ୟ ବେଦାନ୍ତର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ସଚିବାଳୟ ଠାରେ ଅନୁଷ୍ଠିତ ଏହି ସବୁ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତ ପ୍ରମୋଦ କୁମାର ମେହେର୍ଦ୍ଦା , ରାଜ୍ୟ ଔଷଧ ନିଗନ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ . ସ୍ୱତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର , ଡାଃ ବି.କେ ବ୍ରହ୍ମା , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକ, ଯୁଗ୍ମ ସଚିବ ୟାମିନୀ ଷଢଙ୍ଗୀ , ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାସ୍ଲଲାଟେନ୍ଦୁ ଷଢଙ୍ଗୀ ଏବଂ ଡାଃ ଦିନେଶ ପେଣ୍ଡାରକରଙ୍କ ସମେତ ଘରୋଇଡାକ୍ତରଖାନାଗୁଡିକର କର୍ମକର୍ତାମାନେ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

You might also like

Leave A Reply

Your email address will not be published.

nineteen − nineteen =