ଅବସାଦ ଦୂର କରିବ ଯୋଗ

0

ଚିନ୍ତାଗସ୍ତ ରହିବା ଏକ ସାଧାରଣ କଥା । ଅଧିକ ଚନ୍ତାଗସ୍ତ ରହୁଥିବା ବ୍ୟକ୍ତି ବ୍ୟବହାରରେ ପରିବର୍ତ୍ତନ ଅାସିବା ଲକ୍ଷ୍ୟ କରାଯାଇଥାଏ । ଧିରେ ଧିରେ ସେମାନେ ଚିଡିଚିଡା ସ୍ୱଭାବର ହୋଇଯାଅାନ୍ତି । ଶେଷରେ ଏହି ଅବସାଦରୁ ମୁକୁଳିବା ପାଇଁ ନିଶା ସେବନ କରିବା ପାଇଁ ପଛେଇ ନ ଥାନ୍ତି । ମାତ୍ର ଅାମେରିକାର ବିଶେଷଜ୍ଞମାନେ ଏହାର ସହଜ ଏବଂ ସରଳ ଉପାୟ ଖୋଜି ବାହାର କରିପାରିଛନ୍ତି । ତାହା ହେଉଛି ଯୋଗ ।
ଏକ ଗବେଷଣାରୁ ଜଣା ପଡିଛି ଯେ ନିୟମିତ କିଛି ସମୟ ଯୋଗ କରିବା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ଚିନ୍ତାରୁ ମୁକ୍ତି ପାଇ ପାରିବ । ବିଶେଷଜ୍ଞମାନେ ଚିନ୍ତାଗସ୍ତ ବ୍ୟକ୍ତିବିଶେଷଙ୍କୁ ଏହାର ପରିସରଭୁକ୍ତ କରାଇଥିଲେଏବଂ ସେମାନଙ୍କ ମାନସିକତାକୁ ଅଧ୍ୟୟନ କରିଥିଲେ । ଏହି ସମୟରେ ସେମାନଙ୍କୁ ଯୋଗ କରିବାକୁ ପରାମର୍ଶ ଦିଅାଯାଇଥିଲା । ଏମାନଙ୍କ ମଧ୍ୟରୁ ପ୍ରାୟ ୩୦ପ୍ରତିଶତ ବ୍ୟକ୍ତି ଯୋଗ ଦ୍ୱାରା ମାନସିକ ଉପସମ ଲାଭ କରିଥିବା ରିପୋର୍ଟରେ ଦର୍ଶାଯାଇଛି । ନିୟମିତ ବ୍ୟାୟାମ ସାଙ୍ଗକୁ ଯୋଗ କରିବା ଲାଭପ୍ରଦ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅନ୍ୟ ଲୋକଙ୍କ ସହିତ ନିଜ ସମସ୍ୟା ବିଷୟରେ କଥା ହେଲେ କିଛି କ୍ଷେତ୍ରରେ ସମାଧାନ ବାହାରି ଥାଏ ।

Leave A Reply

Your email address will not be published.

two × five =