ଲୋକଙ୍କୁ ସଚେତନ ପାଇଁ ବାହାରିଲା ସ୍ୱାସ୍ଥ୍ୟ ରଥ

0

୩ ମାସ ଧରି ବର୍ଷାଦିନିଆ ରୋଗସଂପର୍କରେ ଚାଲିବ ସଚେତନତା
ଏନ୍ସେଫାଲାଇଟସ୍ ରୋଗ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ୱର:ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଡାଃ ମେହେର୍ଦ୍ଧା ଜନସଚେତନତା ପାଇଁ ପ୍ରସ୍ତୁତ ସୂଚନାପତ୍ର ଏବଂ ପରିଚାଳନା ପ୍ରୋଟୋକଲ ପୁସ୍ତିକା ଉନ୍ମୋଚନ କରିଛନ୍ତି ।
ଏହି ଅବସରରେ ଡାଃ ମେହେର୍ଦ୍ଧା କହିଛନ୍ତି ଯେ ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ ଲୋକଙ୍କୁ ଜଳ ଓ ଭେକ୍ଟରବାହିତ ରୋଗ ସଂପର୍କରେ ସଚେତନ କରାଯାଇଥାଏ । ପୂର୍ବରୁ ଏହା ୧୫ ଦିନ ପାଇଁ ଚାଲୁଥିବା ବେଳେ ଚଳିତ ବର୍ଷ ପ୍ରଥମେ ଏହାକୁ ଏକ ମାସ ଓ ପରେ ୩ମାସ ପୀଇଁ ଚଳାଯିବ । ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବିଶେଷ କରି ପଂଚାୟତିରାଜଓ ପାନୀୟଜଳ , ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ , ଶିଳ୍ପ ଆଦି ବିଭାଗକୁ ସାମିଲ କରାଯାଇଛି ।
ଏହାଛଡା ଗାଁ କଲ୍ୟାଣ ସମିତିର କର୍ମକର୍ତା , ଅଙ୍ଗନବାଡି କର୍ମୀ , ଆଶାକର୍ମୀ ଓ ଶିକ୍ଷକମାନଙ୍କୁ ମଧ୍ୟ ସାମିଲ କରାଯିବ । କୌଣସି ଠାରେ ଜଳ କିମ୍ବା ଭେକ୍ଟରବାହିତ ରୋଗଦେଖା ଦେଲେ ତାହା ଯେପରି ଅନ୍ୟ ଅଂଚଳକୁ ନବ୍ୟାପିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ଷା ଋତୁକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ସରକାରୀ ଡାକ୍ତରଖାନାମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ସାଲାଇନ୍ ଓ ଔଷଧ ମହଜୁଦ ରଖାଯାଇଛି ବୋଲି ଡାଃ ମେହେର୍ଦ୍ଧା ପ୍ରକାଶ କରିଛନ୍ତି ।
ସେହିପରି ବିହାରରେ ଏନ୍ସେଫାଲାଇଟସ୍ ରୋଗରେ ଅନେକ ଶିଶୁ ମୃତ୍ୟୁବରଣ କରୁଥିବା ବେଳେ ରାଜ୍ୟ ସରକାର ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ରୋଗର ନିୟବଣ ପାଇଁ ଥିବା ଗାଇଡଲାଇନ ଗୁଡିକ ପାଳ କରିବ ନିମନ୍ତେ ଗାଁ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଆଶା କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପଠାଯାଇଥିବା ସେ କହିଛନ୍ତି ।
ଆଜିର ଏହି ଉତ୍ସବରେ ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।

You might also like

Leave A Reply

Your email address will not be published.

sixteen + sixteen =