ଜୀବନ ନେଇଯାଇପାରେ ସିଲଭର୍‍ କିଲର୍‍, କେମିତି ଜାଣନ୍ତୁ?

0

ଡାକ୍ତର ସତ୍ୟନାରାୟଣ ବେହେରା

ଘରେ ଅାମେ ଥର୍ମୋମିଟର ରଖିଥାଉ । ସମୟେ ସମୟେ ଅସାବଧାନତା ହେତୁ ଏହା ଭାଙ୍ଗିଯାଏ । ଏଥିରେ ଥିବା ମର୍କ୍ୟୁରି (ପାରଦ) ପ୍ରତି ଅାମେ ଗୁରୁତ୍ୱ ଦେଇ ନଥାଉ । ଏଣେ ତେଣେ ଫିଙ୍ଗି ଦେଉ କିମ୍ୱା ଡଷ୍ଟବିନରେ ପକାଇଦେଉ । କିନ୍ତୁ ପାରଦକୁ ଏମିତି ଫିଙ୍ଗି ଦେବା ଖୁବ୍‍ ବିପଦଜ୍ଜନକ । ଏହା ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ପ୍ରଭାବ ପକାଇଥାଏ । ଏଣୁ ପାରଦକୁ ଫିଙ୍ଗି ନଦେଇ ଯତ୍ନର ସହକାରେ ସଂଗ୍ରହ କରି ରଖିବା ଉଚିତ୍‍ ।

ଭାବା ଅଟୋମିକ୍‍ ରିସର୍ଚ୍ଚ ସେଣ୍ଟରର ଗବେଷକ ଡ.ଜୟନ୍ତି ଗୁଲକର୍ଣ୍ଣିି କହନ୍ତି, ମର୍କ୍ୟୁରି ବା ପାରଦ ସହଜରେ ନଷ୍ଟ ହୁଏନି କିମ୍ୱା ଅନ୍ୟ କୌଣସି କ୍ଷତି କରୁନଥିବା ପଦାର୍ଥକୁ ରୂପାନ୍ତରିତ ହୋଇପାରେ ନାହିଁ । ବରଂ ଥର୍ମୋମିଟରରେ ଥିବା ପାରଦ ଅର୍ଗାନିକ ଫର୍ମକୁ ପରିବର୍ତ୍ତନ ହୋଇପାରେ । ଯାହା ମାଟି ଓ ପାଣିରେ ମିଶି ଜୀବ ଶରୀର ମଧ୍ୟକୁ ପ୍ରବେଶ କରି ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରେ ।

ଏହା ମିଥାଇଲ ମର୍କ୍ୟୁରିରେ ପରିବର୍ତ୍ତନ ହେବା ପରେ ଏହା ଜଳ,ବାୟୁ,ମାଟି,ଖାଦ୍ୟ ଦ୍ୱାରା ଶରୀରକୁ ପ୍ରବେଶ କରିଥାଏ । ବୃକ୍ଷ ମଧ୍ୟ ଏହାକୁ ଗ୍ରହଣ କରିନିଏ । ଖାଦ୍ୟରେ ଏହା ପହଁଚିଯାଏ । ଅାମେରିକାର ପରିବେଶ ସୁରକ୍ଷା ସଂସ୍ଥା ରିପୋଟରେ କୁହାଯାଇଛି ଯେମର୍କ୍ୟୁରି ସଂସ୍ପର୍ଶରେ ଅାସିଲେ କିମ୍ୱା ଏହା ଶରୀର ମଧ୍ୟକୁ ପ୍ରବେଶ କଲେ ମସ୍ତିଷ୍କ,କିଡନି,ହାର୍ଟ,ଫୁସଫୁସରେ ସମସ୍ୟା ସୃଷ୍ଟି କରେ । ଶରୀରର ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ମର୍କ୍ୟୁରି ବାଷ୍ପ ଅାଘ୍ରାଣ କଲେ ଏହା ଫୁସଫୁସକୁ ସାଂଘାତିକ କ୍ଷତି ପହଁଚାଏଓ ଭୟଙ୍କର ଭାବେ ବାୟୁକୋଷକୁ ବିଷାକ୍ତ କରିଦିଏ । ଏହା ଫଳରେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାଏ । ମର୍କ୍ୟୁରି ସ୍ନାୟୁରେ ଥରେ ପହଁଚି ଗଲେ ଏହା ମସ୍ତିଷ୍କର ପୋଷ୍ଟରିଅର୍‍ ପାର୍ଶ୍ୱକୁ ଚାଲିଯାଏ । ଏହାପରେ ଦୃଷ୍ଟି ଶକ୍ତି କମିଯାଏଏବଂ ମେଣ୍ଟାଲ ସ୍କିଲ ଉପରେ ପ୍ରଭାବ ପକାଇଥାଏ । ବ୍ୟକ୍ତିଠାରେ ଲଜ୍ଜା ଓ ରୋମାଞ୍ଚ ଭାବ ଦେଖାଦିଏ । ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ମଧ୍ୟ ଅାସିଥାଏ । ଏପରିକି ଗର୍ଭବତୀ ମହିଳାମାନେ ମର୍କ୍ୟୁରି ସଂସ୍ପର୍ଶରେ ଅାସିଲେ ଏହା ଭ୍ରୁଣ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଭାରତରେ ମର୍କ୍ୟୁରି ବ୍ୟବହାରର ବିକଳ୍ପ କଥା ଉଠିଥିଲା ୨୦୦୭ ମସିହାରେ ।

ମର୍କ୍ୟୁରି କେଉଁଠି ଅଛି

କେବଳ ଡେଣ୍ଟାଲ ଫିଲିଂ କିମ୍ୱା ମେଡିକାଲ ଇନ୍‍ଷ୍ଟ୍ରୁମେଣ୍ଟ ନୁହେଁ ମର୍କ୍ୟୁରି ଅନ୍ୟ ଉସùରୁ ଶରୀରକୁ ପ୍ରବେଶ କରିଥାଏ । କସ୍‍ଟିକ୍‍ ସୋଢ଼ା ପ୍ରସ୍ତୁତକାରୀ କଂପାନି,କୋଲ୍‍ ପାଓ୍ୱାର ପ୍ଲାଣ୍ଟ,ସାର କାରଖାନା,ଲୁହା କାରଖାନାରୁ ମର୍କ୍ୟୁରି ପରିବେଶରେ ମିଶେ । ଏହା ସହ ଥର୍ମୋ ଷ୍ଟାଟ,ବ୍ୟାଟେରି,କୀଟ ନାଶକ ଔଷଧ,ସିଏଫ୍‍ଏଲ୍‍ ବଲ୍‍ରେ ମର୍କ୍ୟୁରି ରହିଛି । ଏଣୁ ଏଥି ପ୍ରତି ସାବଧାନ ହେବା ଉଚିତ୍‍ ।

ମର୍କ୍ୟୁରି ଥର୍ମୋମିଟର ଭାଙ୍ଗିଗଲେ କଣ କରିବେ

୧) ଥର୍ମୋମିଟର ଭାଙ୍ଗି ମର୍କ୍ୟୁରି ବାହାରି ଅାସିଲେ ଏହାକୁ ସଫା କରିବା ପାଇଁ ଭ୍ୟାକ୍ୟୁମ କ୍ଲିନର କିମ୍ୱା ଝାଡୁ ବ୍ୟବହାର କରିବେ ନାହିଁ ।

୨) ଭାଙ୍ଗିଯିବା ସ୍ଥାନରେ ଚଲାବୁଲା କରିବେ ନାହିଁ । ଯଦି ଜୋତାରେ ମର୍କ୍ୟୁରି ଲାଗିଯାଏ,ତେବେ ଜୋତା ଗୋଡରୁ ବାହାର କରିଦେବେ ।

୩) କୌଣସି ଡ୍ରେନରେ ଏହାକୁ ପକାଇବେ ନାହିଁ ।

୪) ଯଦି କୌଣସି ରୁମରେ ଥର୍ମୋମିଟର ଭାଙ୍ଗିଯାଏ ତେବେ ସେହି ରୁମକୁ ପିଲାମାନଙ୍କୁ ଛାଡିବେ ନାହିଁ ।

୫)ଥର୍ମୋମିଟର ଭାଙ୍ଗି ଯାଇଥିବା ସ୍ଥାନରୁ କେବଳ ମର୍କ୍ୟୁରି କ୍ଲିନ କିଟ ସାହାଯ୍ୟରେ ସଫା କରିବେ ।

ଶରୀର ମଧ୍ୟକୁ ମର୍କ୍ୟୁରୀ ପ୍ରବେଶ କରିବାରେ ମାଛ ଏକ ମାଧ୍ୟମ । ଏକ ରିପୋର୍ଟରୁ ଜଣାପଡିଛି ଯେ,ମୁମ୍ୱାଇ,କୋଲକତା,କାରଓ୍ୱାର ଏବଂ କୋଏଲର ଉତ୍ତର ଭାଗ(ବିହାର)ରୁ ମିଳୁଥିବା ସାମୁଦ୍ରିକ ମାଛରେ ଅଧିକ ମର୍କ୍ୟୁରି ରହିଛି । ମର୍କ୍ୟୁରିର ରଙ୍ଗ ଠିକ୍‍ ରୂପାର ରଙ୍ଗ ଭଳି । ଏହା ଏବେ ସ୍ୱାସ୍ଥ୍ୟ ସଂକଟ ସୃୃଷ୍ଟି କରୁଛି । ଅଜାଣତରେ ଅନେକ ଜୀବନ ନେଉଛି । ମର୍କ୍ୟୁରିକୁ ପୋଡାହବ କି ପୋତାଯିବ ତା ଉପରେ ନିଷ୍ପତ୍ତି ହୋଇପାରୁନି । ୨୦୦୮ ମସିହାରୁ ୟୁରୋପିଅାନ୍‍ ଦେଶ ଗୁଡିକରେ ମର୍କ୍ୟୁରି ବ୍ୟବହାର ବନ୍ଦ କରି ଦିଅାଯାଇଛି । ସ୍‍୍ୱିଡେନ୍‍ରେ ସବୁ ମେଡିକାଲ ଯନ୍ତ୍ରପାତିରେ ମର୍କ୍ୟୁରି ବ୍ୟବହାର କରାଯାଏନି । ସିଏଫ୍‍ଏଲ୍‍ ବଲରେ ୩-୧୨ ଏମ୍‍ଜି ମର୍କ୍ୟୁରି ରହିଛି । ଯଦିଓ ଇଣ୍ଟର୍‍ନ୍ୟାସନାଲ ଷ୍ଟାଣ୍ଡାର୍ଡ ଅନୁଯାୟୀ ଏଥିରେ ୫ ଏମ୍‍ଜି ରହିବା କଥା । ତେଣୁ ଯଦି ସିଏଫ୍‍ଏଲ୍‍ ବଲ୍‍ ଭାଙ୍ଗି ଯାଇଛି ତେବେ ତାକୁ ସାବଧାନ ସହ କୌଣସି ପରିତ୍ୟକ୍ତ ଯାଗାରେ ପକାଇ ଦିଅନ୍ତୁ ।

You might also like

Leave A Reply

Your email address will not be published.

twelve − 11 =